ଅପରାଧଓଡ଼ିଶା

ଧର୍ମେନ୍ଦ୍ର ସାହୁ ମୃତ୍ୟୁ: ଚିନୁକୁ ଜେରା

ପୁରୀ: ବହୁ ଚର୍ଚ୍ଚିତ ଗୋପ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କ ସଂପୃକ୍ତିକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ଆଜି ଡିସିପି ଅଫିସରେ ଚିନୁଙ୍କ ସମେତ ୩ ଜଣଙ୍କୁ ଜେରା କରାଯାଇଛି। ବିନ୍ଦାସ ଚିନୁ ବି ପୁଲିସକୁ ତଦନ୍ତରେ ସହଯୋଗ କରିଛନ୍ତି। ମନ୍ତ୍ରୀ ସମୀର ଦାସ ତାଙ୍କର ସମ୍ପର୍କୀୟ ମାମୁ। କିନ୍ତୁ ଧର୍ମେନ୍ଦ୍ର କାହିଁକି ତାଙ୍କ ନାଁ ନେଲେ, ସେ ଏ ବାବଦରେ ଜାଣିନାହାନ୍ତି ବୋଲି କହିଛନ୍ତି ଚିନୁ।

ଧର୍ମେନ୍ଦ୍ର ସାହୁ ସୁଇସାଇଡ୍‌ ପଛର କାରଣ ଖୋଜୁଛି ପୁଲିସ। ସ୍ୱର୍ଗତ ଧର୍ମେନ୍ଦ୍ରଙ୍କ ପରିବାରବର୍ଗକୁ ଘନ ଘନ ପଚରାଉଚୁରା ପରେ ଆଗରୁ ସାମ୍ୱାଦିକ ଅକ୍ଷୟ ନାୟକଙ୍କ ସହ ବାର୍ତ୍ତାଳାପକୁ ନେଇ ବି ପଚରାଉଚୁରା ସାରିଛି ପୁଲିସ। ଧର୍ମେନ୍ଦ୍ର-ଅକ୍ଷୟଙ୍କ ଭିତରେ ଫୋନକଲରେ ଥିଲା ବିନ୍ଦାସ ଚିନୁଙ୍କ ନାଁ। ତେବେ ଆରମ୍ଭରୁ ଏହି ପୁରା ପ୍ରକରଣରେ ଚର୍ଚ୍ଚିତ ଚେହେରା ବିନ୍ଦାସ ଚିନୁଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ଆଜି ଡିସିପି ଅଫିସରେ ବିନ୍ଦାସ ଚିନୁ ସମେତ ୩ ଜଣଙ୍କୁ ଜେରା କରିଛି ପୁଲିସ। ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଚାଲିଥିଲା ପଚରାଉଚୁରା। ଜଣେ ଏସିପି ଓ ଦୁଇ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ରଙ୍କ ସହ ସମ୍ପର୍କ, ଧର୍ମେନ୍ଦ୍ରଙ୍କ ମାନସିକ ଚାପ ପଛରେ କାରଣ ଏ ସବୁ ଦିଗକୁ ପଚାରିଥିଲେ। ଆଉ ଚିନୁ ବି ପୁଲିସକୁ ସହଯୋଗ କରିଛନ୍ତି ଓ ତଦନ୍ତ ସଠିକ୍ ଦିଗରେ ଆଗେଇଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

ସମୀର ଦାସ ତାଙ୍କର ସମ୍ପର୍କୀୟ ମାମୁଁ ଓ ତାଙ୍କ ଜରିଆରେ ହିଁ ସେ ଧର୍ମେନ୍ଦ୍ର ଓ ତାଙ୍କ ପତ୍ନୀକୁ ଜାଣିଥିବା କଥା କହିଛନ୍ତି ବିନ୍ଦାସ ଚିନୁ। ପରେ ତାଙ୍କ ସୋସିଆଲ  ମିଡ଼ିଆ ମଧ୍ୟ  ସମ୍ଭାଳୁଥିଲେ  l ମାତ୍ର ଧର୍ମେନ୍ଦ୍ର କଣ  ପାଇଁ ତାଙ୍କ ନାଁ ନେଲେ ସେ ଜାଣିନାହାନ୍ତି ଆଉ  ଏ ବିଷୟରେ ତାଙ୍କ ସ୍ତ୍ରୀ ହିଁ କହି  ପାରିବେ ବୋଲି କହିଛନ୍ତି  ବିନ୍ଦାସ ଚିନୁ  l

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା ଏବେ ବି ରହସ୍ୟ ଘେରରେ  l ଭାଇରାଲ  ଅଡିଓ ଆଧାରରେ ଯଦି  କେହି ଏଥିରେ ସଂପୃକ୍ତ, ତେବେ ଆଉ  କାହାକୁ ସ୍କାନରକୁ ଆଣିବ  ପୋଲିସ। ଏମିତି ତମାମ ପ୍ରଶ୍ନର ଜାଲରେ ଛନ୍ଦି ହୋଇଗଲାଣି ଏହି ଏପିସୋଡ୍। ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ନିରନ୍ତର ଦାବି କରିଆସୁଛି। ଗଲା ୮ ତାରିଖରେ ନିମାପଡାର ଶହେ ସ୍ଥାନରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲା ବିଜେପି। ସେହିଦିନ ନିମାପଡାରେ ମହା ଜନସମାବେଶ କରି ନିଜର ପତିଆରା ଦେଖାଇଥିଲେ ମନ୍ତ୍ରୀ ସମୀର ଦାସ।

  ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button