ଅବିଭକ୍ତ କୋରାପୁଟ ଜିଲା ଭୁମିଆ ସମାଜ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Spread the love

ଜୟପୁର : ଅବିଭକ୍ତ କୋରାପୁଟ ଜିଲା ଭୁମିଆ ସମାଜର ବିକାଶ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲାର ଭୁମିଆ ସମାଜର ସଦସ୍ୟ ମାନେ ଏକତ୍ରିତ ହୋଇ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉପ ଜିଲାପାଳଙ୍କୁ ୧୦ ଦଫା ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ, ଭୁମିଆ ସମାଜରେ ଜଣେ ମହିଳା ବା ଝିଅ ସାଧାରଣ ବର୍ଗ କିମ୍ବା ଅନୁସୁଚିତ ଜାତି ବ୍ୟକ୍ତିକୁ ବିବାହ କଲେ ମଧ୍ୟ ତାର ମୃତ୍ୟୁ ଯାଏଁ ଅନୁସୁଚିତ ଜନଜାତି ରହୁଛି । ଯଦ୍ଵାରା ସାଧାରଣ ବର୍ଗର ବ୍ୟକ୍ତି ଅନୁସୁଚିତ ଜନଜାତିର ସମସ୍ତ ପ୍ରକାର ସୁଯୋଗ ପାଉଛି । ଅନୁସୁଚିତ ଜାତିର ଜମି କିଣା, ରାଜନୀତି କ୍ଷେତ୍ରରେ ଫାଇଦା, ସରକାରି ଚାକିରି ଏପରି କ୍ଷେତ୍ରରେ ସୁଯୋଗ ନେଉଛନ୍ତି। ତେଣୁ ମହିଳା ଓ ଝିଅକୁ ଅନୁସୁଚିତ ଜନଜାତିରୁ ସମ୍ପୁଣ୍ଣବାଦ ଦିଆଯାଉ, ଭୁମିଆ ସମାଜର ବ୍ୟକ୍ତି ଯଦି ଖ୍ରିଷ୍ଟ ଧର୍ମ ଗ୍ରହଣ କରେ ତେବେ ସେ ବ୍ୟକ୍ତିକୁ ସାଧାରଣ ବର୍ଗରେ ସାମିଲ କରିବା, ଭୁମିଆ ଜାତି ନାମରେ ଅବିଭକ୍ତ କୋରାପୁଟ ଜିଲାରେ ସାଧାରଣ ବ୍ୟକ୍ତି ଜାଲ, ଜମି ପଟ୍ଟା ଓ ଜାତିଗତ ପ୍ରମାଣ ପତ୍ର ହାତେଇ ସରକାରି ବା ବେସରକାରି ଚାକିରି ଏବଂ ରାଜନୈତିକ ପଦ ପଦବି ଅକ୍ତିଆର କରି ଆଦିବାସୀ ମାନଙ୍କୁ ଶୋଷଣ କରୁଛନ୍ତି, ତେଣୁ ଏହାର ତଦନ୍ତ କରି ଉଚିତ କାଯ୍ୟନୁଷ୍ଠାନ ନିଆଯାଉ, ଭୁମିଆ ସମାଜର ସ୍ଵାଧିନତା ସଂଗ୍ରାମି ଶହଦି ଲକ୍ଷ୍ମଣ ନାୟକ ଗ୍ରାମ ତେନ୍ତୁଳିଗୁମ୍ମାର ଜନସାଧାରଣ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏହାର ବିକାଶ ନିମନ୍ତେ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ନିର୍ମାଣ, ଜିଲା କାଯ୍ୟାଳୟ ଠାରୁ ତେନ୍ତୁଳିଗୁମ୍ମା ଗ୍ରାମକୁ ବସ ଓ ପରିବହନ ବ୍ୟବସ୍ଥା କରିବା, ଅବିଭକ୍ତ କୋରାପୁଟ ଜିଲାରେ ଶିକ୍ଷାର ବ୍ୟବସ୍ଥା ନିମନ୍ତେ ଅନୁସୁଚିତ ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ହଷ୍ଟେଲରେ ରହି ପାଠପଢାର ବ୍ୟବସ୍ଥା ରହିଛି। କିନ୍ତୁ, ଛାତ୍ର ଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷକ ପଦବୀ ପୁରଣ କରାଯାଉ, ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯାଉ, କୋରାପୁଟ ଜିଲାରେ ସରକାରି ନିଯୁକ୍ତି କ୍ଷେତ୍ରରେ ଜିଲାଭିତ୍ତିକ ଚୟନ କରାଯାଉ, ଜିଲାର ପ୍ରମୁଖ ସ୍ଵାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁସାରେ ଡାକ୍ତର ନିଯୁକ୍ତି କରାଯାଉ, ଭୁମିଆ ସମାଜ କାଯ୍ୟାଳୟ ଠାରେ ଭୁମିଆ ମାନଙ୍କ ପାରମ୍ପରିକ ବେଶଭୁଶା, ସଂସ୍କୃୁତି, ପରମ୍ପରା, ରିତି ନିତି ଆଦି ସଂଗ୍ରହାଳୟ ନିର୍ମାଣ କରି ସୁରକ୍ଷିତ ରଖିବାରେ ବ୍ୟବସ୍ଥା କରାଯାଉ, ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଦିବସକୁ ଅବିଭକ୍ତ କୋରାପୁଟ ଜିଲାରେ ସରକାରି ଛୁଟି ଘୋଷଣା କରାଯାଉ ବୋଲି ସଭାପତି ଗୁରୁନାଥ ପୁଜାରି, ସମ୍ପାଦକ ଜଗା ମାଝୀ, ନାରାୟଣ କଦମ ଗୁଡିଆ, ଡମ୍ବୁରୁ ମସିଆ, ଲଳିତ ପୁଜାରି, ଭକ୍ତରାମ ନାୟକ, ଦୈତାରି ନାୟକ, ଶକ୍ତି କେନ୍ଧୁ, ଦୁଲ୍ଲଭ ନାୟକ, ବିନାୟକ ପୁଜାରି, ଧନପତି ନାୟକ ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *