Koraput

ଜଗନ୍ନାଥ ସାଗରର ଜଳନିଷ୍କାସନ ସହିତ ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ

ଜୟପୁର : ଜୟପୁର ଜଗନ୍ନାଥ ସାଗରର ଜଳ ନିଷ୍କାସନ ସହିତ ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି । କ୍ଷୁଦ୍ର ଜଳ ସେଚନ ବିଭାଗ ଜୟପୁର ଦ୍ୱାରା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ କରାଯାଇଛି । ୪ କୋଟି ୯୮ ଲକ୍ଷ ଟଙ୍କା ବିନିମୟରେ ୧୧୨୭ ମିଟର ଡ୍ରେନ ନିର୍ମାଣ ହେବା କୁ ଯାଉଛି । ନୁଆ ସାହି ଠାରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ବ ହେବ । ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ବେହେରା, ଏସଡିଓ ଚିନ୍ମୟ ମଲ୍ଲିକ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ସାଗରିକା ଷଡଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ । ସାଗର ଭିତରେ ଦୂଷିତ ପାଣି ପଶି ପାଣିକୁ ନଷ୍ଟ କରିବା ସହ ସାଗରରେ ସହରର ଅଳିଆ ଆବର୍ଜନା ପାଣି ପଶୁଥିଲା । ଏନେଇ ସହରବାସୀ ଦାବି କରିବା ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବିଧାନ ସଭାରେ ଦାବି କରିଥିଲେ । ଏହାକୁ ଗୁରୁତର ସହ ନେଇ ସରକାର ପଦକ୍ଷେପ ନେଇଥିଲେ । ଏପରି କାର୍ଯ୍ୟକୁ ଜୟପୁରବାସୀ ପ୍ରଶଂସା କରିଥିବା ଜଣାଯାଇଛି ।

Related Articles

Leave a Reply

Your email address will not be published.

Back to top button