Koraput

ରୂପାନ୍ତରିତ ନେଇ ବୈଠକ

ଜୟପୁର : ଉପର କୋଲାବ ଯୋଜନା ଉଚ୍ଚ ବିଦ୍ୟାଳୟ ଜଳସେଚନ ବସତି ଜୟପୁର ୫-ଟି ଯୋଜନା ର ଅନ୍ତର୍ଭୁକ୍ତ ହୋଇଛି । ଏ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜୟପୁର ପୌର ପରିଷଦର ଉପାଧ୍ୟକ୍ଷା ବି ସୁନୀତା, ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ପୌର ଯନ୍ତ୍ରୀ ବିଶ୍ୱ ନାଥ ପତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୃତ୍ୟୁଞ୍ଜୟ ପଣ୍ଡା, ଉପର କୋଲାବ ଯୋଜନାସ୍ଥ ତେଲେଙ୍ଗିରି ପ୍ରକଳ୍ପ ଅନୁବିଭାଗୀୟ ଅଧିକାରୀ ,ବିଦ୍ୟାଳୟ ର ଏସ୍ ଏମ୍ ସି /ଏସ୍ ଏମ୍ ଡି ସି / ପୁରାତନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ । ପ୍ରାଥମିକତା ଭିତିରେସ୍ମାର୍ଟ କ୍ଳାସ ରୁମ୍‌, ଲାଇବ୍ରେରୀ, ଲାବୋରେଟୋରୀ, କମ୍ପ୍ୟୁଟର ଲ୍ୟାବ, ଟଏଲଟ ରୂପାନ୍ତିକରଣ ହେବ ବୋଲି ଆଲୋଚନାରେ ସ୍ଥାନ ପାଇଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କିରଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

Related Articles

Leave a Reply

Your email address will not be published.

Back to top button