Koraput

ଚାକିରିଆ ପୁଅ ନିଖୋଜ : ୧୮ ଦିନ ପରେ ମୁମ୍ବାଇରୁ ଉଦ୍ଧାର

ଜୟପୁର : ନିଖୋଜ ଚାକିରିଆ ପୁଅ ୧୮ ଦିନ ପରେ ମୁମ୍ବାଇରୁ ଉଦ୍ଧାର ହୋଇଛି । ଏନେଇ ଜୟପୁର ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି । ପୁଅ ନିଖୋଜ ହେବା ପରେ ପୁଅର ବାପା ଜୟପୁର ଟାଉନ ଥାନାରେ ଗତ ୧୫ ତାରିଖରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ନିଖୋଜ ନିରଞ୍ଜନ ବାଘ ଜୟପୁର ଆଇଟିଟଡିଏ ଅଫିସରେ ଏସଏମଏସ ପୋଷ୍ଟରେ ରହି ଭିଡିଭିକେ ଯୋଜନାରେ କାର୍ଯ୍ୟ କରୁଥିଲେ । ୧୨.୫.୨୩ ତାରିଖରୁ ଜଣକ ନିଖୋଜ ଥିଲେ । ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଜଳର ନିରଞ୍ଜନ ବାଘ । ସେ ପାରାବେଢା ସ୍ଥିତ ଏକ ରୁମରେ ଭଡା ରହୁଥିଲେ । ସେ ଜୟପୁର ଆଇଟିଡିଏ ୨୦୨୨ ମସିହାରୁ କାର୍ଯ୍ୟ କରୁଥିଲେ । ରୁମରୁ ବାହାରି ସ୍କୁଟିରେ ଯାଇ ଥିବା ବେଳେ ତାଙ୍କର କିଛି ଖବର ମିଳୁ ନାହିଁ । ତାଙ୍କ ନିକଟରେ ମୋବାଇଲ ରହିଥିଲା । କିନ୍ତୁ ମୋବାଇଲ ସୁଇଚ ଅଫ ରହିଥାଲ । ବହୁ ଖୋଜା ଖୋଜା କରି ପୁଅର ସନ୍ଧାନ ନପାଇବାରୁ ବାପା ସହଦେବ ବାଘ ଜୟପୁର ଟାଉନ ଥାନାରେ ଲିଖିତ ଅଭି ଯୋଗ କରିଥିଲେ । ଅଭିଯୋଗ କୁ ଭିତି କରି ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ମୋବାଇଲ ଟ୍ରାକ କରି ମୁମ୍ବାଇରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କାମର ଚାପରୁ ମୁକ୍ତି ପାଇଁ ମୁମ୍ବାଇକୁ ଚାଲି ଯାଇଥିବା ନିରଞ୍ଜନ ବାଘ ପୋଲିସ ଆଗରେ ବୟାନ ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button