ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତ ଗିରଫ

Spread the love

ଜୟପୁର : ବାଇକ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ପୋଲିସ ସୁଚନା ଅନୁଯାୟୀ ଜୟପୁର ପାରାବେଢା ଅରବିନ୍ଦ ନଗରରେ ରହୁଥିବା ଆନନ୍ଦ ଚନ୍ଦ୍ର ଓଝା ନିଜ ଘର ସମ୍ମନାରେ ବାଇକ ରଖିଥିବା ବେଳେ ଚୋରି ହୋଇଯାଇଥିଲା । ଏନେଇ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରିଥିଲା । ତଦନ୍ତ ରେ ଜାଣି ପୋଲିସ ସନ୍ତୋଷି ମା ନଗର ତାପସ ରଞ୍ଜନ ସାହୁ (୧୯)କୁ ଗିରଫ କରିଥିଲା । ଚୋରି ବାଇକକୁ ଅଭିଯୁକ୍ତ ଜୟନଗର ନିକଟ ଭୁତନାଥ ମନ୍ଦିର ପରିସରେ ଲୁଚାଇ ରଖିଥିଲା । ଚୋରି ବାଇକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି । ଗିରଫ ଅଭିଯୁକ୍ତ ନାମରେ ୨୦୧୪ ରେ ମଧ୍ୟ ଚୋରି ମାମଲା ରହିଥିବା ପୋଲିସ ତଦନ୍ତ ରେ ଜାଣିବାକୁ ପାଇଛି ।

Leave a Reply

Your email address will not be published. Required fields are marked *