ଚିଫ ଇଞ୍ଜିନିୟର ଅପର କୋଲାବ ପ୍ରଜେକ୍ଟର କାର୍ଯ୍ୟାଳୟରେ ବିକ୍ଷୋଭ ଓ ତାଲା

ଜୟପୁର : ଜୟପୁର ବ୍ଲକ ଅନ୍ତର୍ଗତ ମୁଳାଶର ଗ୍ରାମକୁ ସଂଯୋଗ କରୁଥିବା ବିପଦ ସଙ୍କୁଳ ଅବସ୍ଥାର କେନାଲ ପୋଲ ରହିଛି । ନିର୍ମାଣ ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଇବା ପରେ ମଧ୍ୟ ହେଉ ନଥିବାରୁ ଉକ୍ତ ଅଂଚଳର ଗ୍ରାମବାସୀ ମାନେ ସମାଜ ସେବି ବି ହରି ରାଓଙ୍କ ନେତ୍ଋତ୍ତ୍ୱରେ ଏକତ୍ରିତ ହୋଇ ବାରିଣିପୁଟ ସ୍ଥିତ ଚିଫ ଇଞ୍ଜିନିୟର ଅପର କୋଲାବ ପ୍ରଜେକ୍ଟର କାର୍ଯ୍ୟାଳୟରେ ବିକ୍ଷୋଭ କରିବା ସହ ତାଲା ମାରିଛନ୍ତି । ମୁଳାସର ଗ୍ରାମକୁ ସଂଯୋଗ କରୁଥିବା ବ୍ରିଜ ନିର୍ମାଣ କରିବା ନିମନ୍ତେ ଆଜିକୁ ୩ ବର୍ଷ ହେବ ଅବଗତ କରାଇବା ସହ ଦାବି କରିଯାଉଛି । କିନ୍ତୁ ଏଥି ପ୍ରତି ପ୍ରଶାସନ କିମ୍ବା ଏହାର ଅଧିନସ୍ଥ ଅଧିକାରି ମାନେ କୌଣସି ପ୍ରକାର ପଦକ୍ଷେପ ନେଉ ନାହାନ୍ତି । ତେଣୁ ଉକ୍ତ ବିଜ୍ର ଉପରେ ନିର୍ଭର କରୁଥିବା ଅଧିବାସୀ ମାନେ ମିଶି ଘେରାଉ କରିଛନ୍ତି । ମୁଳାଶର ଗ୍ରାମକ ସଂଯୋଗ କରୁଥିବା କେନାଲ ପୋଲ ବିପଦ ସଙ୍କୁଳ ଅବସ୍ଥାରେ ଆଜିକୁ ପ୍ରାୟ ୩ ବର୍ଷ ହେବ ପଡିରହିଛି । ଏହି ପୋଲ ଉପରେ ୫ ରୁ ୬ଟି ଗ୍ରାମର ଲୋକେ ନିର୍ଭର କରନ୍ତି । ବର୍ତମାନ ଉକ୍ତ ପୋଲ ଉପରେ ଗାଡି ଯିବା ଆସିବା କରିବା ସମୟରେ ପୋଲ ହଲୁଥିବା ବେଳେ ଗାର୍ଡଓାଲ୍ ମଧ୍ୟ ଭାଙ୍ଗିଯାଇଛି । ଅନେକ ଥର ଗାଇ ଛେଳି ମଧ୍ୟ ପଡି ଜୀବନ ହରାଇଛନ୍ତି । ଏହି ବିପଦ ସଙ୍କୁଳ ପୋଲ ପୁନଃ ନିର୍ମାଣ ନେଇ ଇରିଗେସନ ମୁଖ୍ୟ ଓ ଜିଲାପାଳଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଇଲେ ମଧ୍ୟ କାର୍ଯ୍ୟକାରି ହୋଇପାରୁ ନାହିଁ । ଯେହେତୁ ସରକାର ଜନ ସାଧାରଣଙ୍କ ମୌଳିକ ଅଧିକାର ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ବୋଲି ସମାଜ ସେହି ବି ହରି ରାଓ ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *