Koraput

ରୁପାନ୍ତରୀକରଣ ପ୍ରସ୍ତୁତି ବୈଠକ

ଜୟପୁର : ଜଗଦୀଶ ଚନ୍ଦ୍ର ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ଠାରେ ରୁପାନ୍ତରୀକରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି. ସୁନିତା, ପୌର କାର୍ଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜଗଦୀଶ ଚନ୍ଦ୍ର ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟକୁ ରୁପାନ୍ତିକରଣ କରିବାକୁ ନିଷ୍ପତି ନେଇ ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଦୀପଙ୍କ ଅନୁରୋଧ କ୍ରମେ ପୁରାତନ ଛାତ୍ରମାନେ ଯୋଗ ଦେଇ ମତାମତ ଦେବା ସହିତ ଏହାର ସଫଳ, ସୁନ୍ଦର ସ୍ଥାୟୀ ରୁପାନ୍ତରୀତ ହେବା ପାଇଁ ପୁରାତନ ଛାତ୍ରଙ୍କ ସମ୍ପୁର୍ଣ୍ଣ ସହଯୋଗ ରହିବ ବୋଲି ସୂଚନା ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ବାସୁଦେବ ସେନାପତି, ଏ ସ୍ୱେତା, ସୁଧାରାଣି ଭୁପତିଙ୍କ ସହ ପୁରାତନ ଛାତ୍ର ମଧ୍ୟରୁ ଧିରେନ ମୋହନ ପଟ୍ଟନାୟକ, ମୁନା ପାଢୀ, ହିମାଂସୁ ମହାପାତ୍ର, ବାଦଲ ସାନ୍ତ୍ରାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button