କୋରାପୁଟରେ ବିଶ୍ୱ ପରିବେଶ ଦିବସ ପାଳିତ

Spread the love

ଜୟପୁର : ବିଶ୍ୱ ପରିବେଶ ଦିବସ ଅବସରରେ ଉମୁରି ଗ୍ରାମପଞ୍ଚାତର ହାତୀବାରିଗୁଡା଼ ଗ୍ରାମରେ ଜିଲ୍ଲା ଆଇନସେବା ପ୍ରାଧିକରଣ କୋରାପୁଟ-ଜୟପୁର ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ବିଶ୍ୱ ପରିବେଶ ଦିବସ ଉପଲଖେ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ମଂଚାସୀନ ଅତିଥୀ ବନ୍ଧୁ କହିଥିଲେ ଯେ ଏହି ବିଶ୍ୱ ପରିବେଶ ଦିବସର ଲକ୍ଷ ହେଉଛି ଆମ ସମାଜକୁ ସ୍ୱାସ୍ଥ୍ୟ ପରିବେଶ, ସବୁଜ ପରିବେଶ ଗଢ଼ିତୋଳିବାକୁ ହେବ । ସେଥିପାଇଁ ଆମକୁ ଅନେକ ଗଛ ଲଗାଇ ଜଙ୍ଗଲ ସୃଷ୍ଟିକରିବାକୁ ହେବ. ଗଛ କାଟିବା, ଜଙ୍ଗଲ ନଷ୍ଟ କରିବା, ଜଙ୍ଗଲରେ ନିଆଁ ଲଗାଇବା, ପଲିଥିନ୍ ବ୍ୟବହାର ଇତ୍ୟାଦିକୁ ବାରଣ କରିବାକୁ ହେବ, ତାହା ହେଲେ ହିଁ ଆମେ ଏହି ବିଶ୍ୱରେ ସ୍ୱାସ୍ଥ୍ୟ ବାତାବରଣ ପାଇପାରିବା ଏବଂ ଜଙ୍ଗଲ ବନ୍ୟଯନ୍ତୁ ମାନଙ୍କୁ ମଧ୍ୟ ଆମେ ସୁରକ୍ଷା ଦେଇପାରିବା । ଏହି ଶିବିରରେ ଉପସ୍ଥିତ ଥିଲେ ମୁଖ୍ୟ ଡିଫେନ୍ସ କାଉନସେଲ୍, ଶ୍ରୀ ଦାଶରଥି ପଟ୍ଟନାୟକ, ଡେପୁଟି ଡିଫେନ୍ସ କାଉନସେଲ ଶ୍ରୀ କେ. ଦିବାକର ରାଓ ଶ୍ରୀ ହରିଶ ଚନ୍ଦ୍ର ମୁଦୁଲି, ସ୍ପେସିଆଲ୍ ପିପି,ଡଃ.ବି.ଗାୟତ୍ରୀ ଦେବୀ, ଡେପୁଟି ଫରେଷ୍ଟ ରେଞ୍ଜର୍ ଶ୍ରୀ ସଚିଦାନନ୍ଦ ପରିଡ଼ା ଶ୍ରୀ ପ୍ୟାନେଲ୍ ଓକିଲ୍ ଶ୍ରୀ ଗିରିଧର ଖୋରା ଏହି ବିଶ୍ୱ ପରିବେଶ ଦିବସ ଶିବିରଟିକୁ ଆୟୋଜନର ଦାୟିତ୍ୱ ନେଇଥିଲେ ପାରାଲିଗାଲ ସ୍ୱେଚ୍ଛାସେବୀ ଶ୍ରୀ ରାଜପୁଲକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *