ଅପରାଧଓଡ଼ିଶା

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ବିଷମକଟକ: ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରର କୋଇଲାପଡା ଅଞ୍ଚଳରେ । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ହେଲେ ୫୦ ବର୍ଷୀୟା ଚନ୍ଦ୍ରମା ବିଭାର।

ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡ଼ି କରୁଥିବା ନେଇ ପଡୋଶୀ ଘରର ରାଜେଶ ସନ୍ଦେହ କରୁଥିଲା। ଏନେଇ ଉଭୟ ପରିବାର ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ଓ କନ୍ଦଳ ଲାଗିରହିଥିଲା।  

ଯାହାକୁ କେନ୍ଦ୍ର କରି ଆଜି ମଧ୍ୟାହ୍ନ ସମୟରେ ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ହାଣି ଦେଇଛି ରାଜେଶ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ରାଜେଶକୁ ଅଟକ ରଖିବା ସହ ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆ ଜବତ କରିଛି ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦିବ୍ୟାଜତି ଦାସ ସମେତ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published.

Back to top button