ଜାଣନ୍ତୁ- କିଏ ପାଇବ ସରକାରଙ୍କଠୁ ଜମି?

ଯଦି ଜଣେ ବ୍ୟକ୍ତି ଓ ତାଙ୍କ ସହ ଏକାନ୍ନବର୍ତ୍ତୀ ପରିବାରରେ ବାସ କରୁଥିବା ସମସ୍ତ ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ। ଏଣିକି ସେଭଳି ବ୍ୟକ୍ତିଙ୍କୁ ଘରବାରିହୀନ ବ୍ୟକ୍ତି ଭାବେ ପରିଗଣିତ କରିବେ ସରକାର। ମୋହନ ସରକାରଙ୍କ କ୍ୟାବିନେଟ୍ ଏ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ମୁତାବକ, ଯେଉଁ ବ୍ୟକ୍ତିଙ୍କର ୧ ଏକରର ୨୫ ଭାଗରୁ ଏକ ଭାଗରୁ କମ୍ ପରିମାଣର ଘରବାରି ଜମି ଥିବ, ସେ ବ୍ୟକ୍ତି ବି ଘରବାରିହୀନ ବ୍ୟକ୍ତି ଭାବେ ବିବେଚିତ ହେବେ। ଏଭଳି କ୍ୟାଟାଗୋରୀରେ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ସମପରିମାଣରେ ଜମି ସରକାର ଯୋଗାଇଦେବେ। ଯଦି ଜଣେ ଘରବାରିହୀନ ବ୍ୟକ୍ତି କୌଣସି ସରକାରୀ ଜମିକୁ ଅନଧିକୃତ ଦଖଲରେ ରଖି ସେ ଜମିକୁ ଘରିବାରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବେ। ତେବେ ସେ ଜମିରୁ ଅତି ବେଶୀରେ ୧ ଏକରର ୨୫ ଭାଗରୁ ଗୋଟିଏ ଭାଗ ଜମି ତାଙ୍କ ସପକ୍ଷରେ ବନ୍ଦୋବସ୍ତ କରାଯାଇ ପାରିବ। କିନ୍ତୁ ସେ ଜମିକୁ ହସ୍ତାନ୍ତର କରିପାରିବେନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *