ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ଅନ୍ତର୍ଗତ କୁମୁସି ପଞ୍ଚାୟତର PEOଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ୩ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାମଲ। ଯାହାକୁ ନେଇ କୁମୁସି ପଞ୍ଚାୟତର ସରପଞ୍ଚ ବଳରାମ ନାଏକ ଅଭିଯୋଗ କରିଛନ୍ତି। କୌଣସି କାର୍ଯ୍ୟ ନହୋଇ ଟଙ୍କା ହଡପ ହୋଇଥିବା ସେ ପ୍ରକାଶ କରିଛନ୍ତି। ଯାହାଙ୍କ ଅଡିଓ ରେକର୍ଡିଙ୍ଗରେ ମଧ୍ୟ ଗୁମର ସାମ୍ନାକୁ ଆସିଛି। ଏ ନେଇ ପଞ୍ଚାୟତର ସରପଞ୍ଚ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ ସହ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକୁ ଆଧାର କରି ବିଡ଼ିଓ ସୌଭାଗ୍ୟ କୁମାର ବେହେରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now