ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତି, ଆଜି ମିଳିବ ଆଡ଼ପ ଅବଢା

Spread the love

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନ ଛାଡ଼ି ଛତୁର୍ଦ୍ଧାମୂର୍ତି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି । ଆଜି ତୃତୀୟ ଦିନରେ ଜତୁର୍ଦ୍ଧାମୂର୍ତିଙ୍କ ଆଡ଼ପ ମଣ୍ଡପ ବିଜେ କରିଛନ୍ତି । ମହାପ୍ରଭୁ ଇନ୍ଦ୍ର ପୁଷ୍ପ ବୃଷ୍ଟି କରି ଝିପିଝପି ବର୍ଷା ସହ ଭକ୍ତମାନେ ପହଣ୍ଡି ବିଜେ ଦର୍ଶନ କରୁଥିଲେ । ପ୍ରଥମେ ଶ୍ରୀସୁଦର୍ଶନ ମହାପ୍ରଭୁ ଗୋଟି ପହଣ୍ଡିରେ ଜନ୍ମବେଦି ଆଡ଼ପ ମଣ୍ଡପକୁ ବିଜେ କରିଥିଲେ । ପରେ ପରେ ପ୍ରଭୁ ବଳଭଦ୍ର ,ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଧିରେ ଧିରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ । କାଳିଆର ପହଣ୍ଡି ସମୟରେ ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳିରେ ଶରଧାବାଲି ପରିସର ପ୍ରକମ୍ପିତ ହୋଇଥିଲା । ବିଜେ କାହାଳୀ, ଘଣ୍ଟ ଘଣ୍ଟା ବାଜିବା ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଟାହିଆ ଲଗାଇ ଝୁଲି ଝୁଲି ଯାଉଥିବା ବେଳେ ଅତି ଆକର୍ଷଣୀୟ ଦେଖା ଯାଉଥିଲେ । ଦୁଇ ଭାଇ ଜଗାବଳିଆ । ଝିପି ଝିପି ବର୍ଷା ସ୍ୱତେ ହଜାର ହଜାର ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଦୁଇ ହାତ ଟେକି ଭକ୍ତମାନେ ଜୟ ଜଗନ୍ନାଥ କହୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୫ଟା ୩୦ରୁ ପହଣ୍ଡି ଆରମ୍ଭ ହୋଇଥିଲା । ଗୋଟି ପହଣ୍ଡି ହୋଇଥିବାରୁ ଜଣେ ଠାକୁର ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଆଉ ଜଣେ ଠାକୁର ପ୍ରବେଶ କରିଥିଲେ । ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦବଜାରରେ ଆଡ଼ପ ଅବଢା ଭକ୍ତ ପ୍ରାପ୍ତ ହେବେ । ଏହି ଆଡ଼ପ ଅବଢା ଭକ୍ତ ପାଇବା ଓ ବ୍ରାହ୍ମଣ ଦାନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *