ଓଡ଼ିଶା

ରାଉରକେଲାରୁ ସମ୍ବଲପୁର ବଦଳି ଲାଗି ୫ ପୁଲିସ ବାବୁଙ୍କ ଆବେଦନକୁ ନେଇ ବଢିଲା ଚର୍ଚ୍ଚା

ରାଉରକେଲା : ରାଉରକେଲା ପୁଲିସ ଜିଲ୍ଲାରେ ଥିବା ୫ ପୁଲିସ ଅଧିକାରୀ ନିକଟରେ ସମ୍ବଲପୁଲ ପୁଲିସ ଜିଲ୍ଲାକୁ ବଦଳି ଲାଗି ଡିଜିଙ୍କ ନିକଟରେ ଆବେଦନ କରିବା କଥା ପଦାକୁ ଆସିବା ପରେ ସେହି କଥାକୁ ନେଇ ପୁଲିସ ଜିଲ୍ଲାର ଜାଣିବା ଶୁଣିବା ମହଲରେ ଚର୍ଚ୍ଚା ଯୋର ଧରି ନାନା ପ୍ରଶ୍ନ ଉଠିଛି । ତେବେ ନିକଟରେ ପୂର୍ବତନ ଏସପି ଶ୍ରୀ ଭାମୁଙ୍କର ବଦଳି ସମ୍ବଲପୁର ହୋଇଥିବା ବେଳେ ନୂତନ ଏସପି ମିତ୍ରଭାନୁ ମହାପାତ୍ର ରାଉରକେଲାରେ ପହଁଚି ଥାନା ଗୁଡିକ ବୁଲିବା ଆରମ୍ଭ କରିଥିବା ବେଳେ ବିଭିନ୍ନ ମାମଲାକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି । ରାଉରକେଲାରେ ଘଟିଥିବା ଅନେକ ଘଟଣାର ଆଜିଯାଏ ପର୍ଦ୍ଦାଫାସ ହୋଇ ନପାରିବା ଅନେକ ମାମଲାକୁ ଟୁଇଷ୍ଟ କରି ଚପାଇଦେବା ଭଳି ଅନେକ ଅଭିଯୋଗ ହୋଇ ଆସୁଥିଲା, ନିକଟରେ ଜଣେ ଥାନା ଅଧିକାରୀ ଜଣେ ଲୋକଙ୍କୁ ବାଡେଇବା, ଭନ୍ଜଭବନ ପାଖରେ ମୋଟର ସାଇକେଲ ଷ୍ଟାଣ୍ଡ କରିଥିବା ପିଲାଙ୍କୁ ଷ୍ଟାଣ୍ଡ ପଇସା ୧୦ ଟଙ୍କା ନଦେଇ ନାବାଳକ ମାନଙ୍କୁ ପୁଲିସ ପଣିଆ ଦେଖାଇ ନିଜ ସ୍ଵାମୀ ଥିବା ନିକଟସ୍ଥ ଥାନାକୁ ଧରି ସେକ୍ଟର ୭ ଥାନା ବାଲାଙ୍କୁ ପ୍ରଭାବିତ କରି ନାବାଳକ ମାନଙ୍କୁ ରାତିସାରା ଥାନାରେ ବସାଇବା ଘଟଣାରେ ସଠିକ ତଦନ୍ତ ନହେବା, ଘଟଣାସ୍ଥଳରେ ପୁଲିସ ପଣିଆ ଦେଖାଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା, ତାଙ୍କ ସ୍ଵାମୀ ସେକ୍ଟର -୭ ଥାନାକୁ ପ୍ରଭାବିତ କରିଥିବା ଅଭିଯୋଗକୁ ଲୁଚାଇ ଦେଇ ତାଙ୍କୁ ଛାଡିଦିଆଯିବା ଭଳି ଘଟଣା ଏବେ ଧିରେ ଧିରେ ନୂତନ ଏସପିଙ୍କ ପାଖରେ ପହଁଚୁଥିବାରୁ କିଛି ଅଧିକାରୀ ରାଉରକେଲାରୁ ସମ୍ବଲପୁର କିମ୍ବା ଆଖପାଖ ଅଂଚଳକୁ ବଦଳି ହୋଇଯିବାକୁ ଆବେଦନ କରିଥିବା ଖବର ମିଳିଛି। ଖାଲି ସେତିକି ନୁହେଁ ରାଉରକେଲା ପୁଲିସ ପାଖରୁ ନ୍ୟାୟ ପାଇନଥିବା ଲୋକେ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିବା ମାମଲାରେ ଉଚ୍ଚ ଅଧିକାରୀଙ୍କ ପାଖରୁ ଆସିଥିବା ତଦନ୍ତ ରିପୋର୍ଟକୁ ମଧ୍ୟ ମନଇଛା କରାଜିବା କଥା ଭଳି ମାମଲାରେ ଲୋକେ ଏବେ ଏସପିଙ୍କୁ ଭେଟୁଥିବାର ଖବର ମିଳିଛି । ଏହା ଛଡା ଥାନା ତଥା ବିଭିନ୍ନ ଗୁରୁତ୍ଵପୁର୍ଣ ଦାୟିତ୍ଵରେ ଥିବା ବାବୁ ମାନଙ୍କର କାର୍ଯ୍ୟକଳାପ ଗୁଡିକୁ ନେଇ ତର୍ଜମା ଆରମ୍ଭ ହୋଇଥିବାରୁ ବାବୁ ମାନଙ୍କର କୋକୁଆ ଭୟ ସୃଷ୍ଟି ହୋଇଥିବା କୁହାଯାଉଛି । ଏହି ପୁଲିସ ଜିଲ୍ଲାରେ ରହି ଅନେକ ଦିନ ବିଭିନ୍ନ ଦାୟିତ୍ଵରେ ରହି ମଜା ନେବାସହ ସମ୍ପତି ବାଡି, ବେନାମୀ ଗାଡି କରିଥିବା ବାବୁ ମାନେ ଏବେ ଭୟଭିତ କାହିଁକି ବୋଲି ଏବେ ପୁଲିସ ଜିଲ୍ଲାରେ ଆଲୋଚନା ଜୋର ଧରିଛି ।

Leave a Reply

Your email address will not be published.

Back to top button