୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର ଛ ଚିନ୍ତା ବଢାଇଛି ନିଅଣ୍ଟିଆ ବର୍ଷା । ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ସ୍ଥିତି ସାଂଘାତିକ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରୀ ସୂଚନା ଅନୁଯାୟୀ ରାଜ୍ୟରେ ୨୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ସବୁଠାରୁ ଖରାପ ସ୍ଥିତି ରହିଛି କଳାହାଣ୍ଡିର । କଳାହାଣ୍ଡି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୬% କମ୍ ବର୍ଷା ରେକର୍ଡ କରାଯାଇଛି । ୧୩ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ହୋଇଛି । ଯାହା ମଧ୍ୟରେ ରହିଛି ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର ,ବଲାଙ୍ଗିର, କଟକ, କନ୍ଧମାଳ, ଗଂଜାମ, ରାୟଗଡ଼ା ,ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲା । କେବଳ ଦେବଗଡ଼ ଓ ସମ୍ବଲପୁରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡ଼ରେ ୧୭.୫% ଓ ସମ୍ବଲପୁରରେ ୫.୭% ଅଧିକ ବର୍ଷା ରେକର୍ଡ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *