ଭୁବନେଶ୍ଵର : ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ସହରାଞ୍ଚଳରେ ତୀବ୍ର ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବା ସହ ଟ୍ରାଫିକ୍ ଜନିତ ସମସ୍ୟା ଉପୁଜିପାରେ । କଚ୍ଚା ରାସ୍ତା ପ୍ରଭାବିତ ହେବ ସହ ମାଟିଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି । ତଳୁଆ ଚାଷଜମି ଗୁଡିକରେ ପାଣି ଜମିବାର ସମ୍ଭାବନା ଥିବାରୁ ଜଳ ନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସୂଚନା ଦିଆଯାଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now