ଆଜିଠୁ ଆରମ୍ଭ ମହାକାର୍ତ୍ତିକ ବ୍ରତ

ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ। ୧୨ମାସ ମଧ୍ୟରୁ ର୍ଧମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ । ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳୁ ସକାଳୁ ହବିଷ୍ୟାଳି ମାନେ ତୀର୍ଥ ପୁଷ୍କରିଣୀ ସମତେ ସରକାରଙ୍କ ତରଫରୁ ହୋଇଥିବା ୪ଟି ଅସ୍ଥାୟୀ ହବିଷ୍ୟାଳି ଶିବିରରେ ସ୍ନାନ କରିବା ପରେ ଚଉରାମୂଳେ ମହା ସଂକଳ୍ପ କରିଛନ୍ତି। ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ହବିଷ୍ୟାଳି ମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶରେ ର୍ଦଶନ କରିବା ସହ ମହାପ୍ରସାଦ ସବେନ କରି କାର୍ତ୍ତିକ ପୂର୍ଣ୍ଣିମା ର୍ପଯ୍ୟନ୍ତ ଏହି ବ୍ରତ ପାଳନ କରିବେ। ସପେଟେ ସରକାରଙ୍କ ତରଫରୁ ପୁରୀରେ ୪ଟି ହବିଷ୍ୟାଳି ଶିବିରରେ ମଧ୍ୟ ମା ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ଦ୍ୱାରା ସେମାନଙ୍କୁ ଚା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ନେଇ ମହାପ୍ରଭୁଙ୍କ ର୍ଦଶନ ସମତେ ମହାପ୍ରସାଦ ସବେନର ବ୍ୟବସ୍ଥା, କାର୍ତ୍ତିକ ମହାତ୍ମା ଶ୍ରବଣ ଓ ଭଜନ କୀର୍ତ୍ତନ ପରିବଷେଣର ସୁବ୍ୟବସ୍ଥା କରାଯାଇଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *