ଆଗକୁ ବ୍ୟାପକ ଓ ଶାଣିତ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ l ଜାନୁଆରୀରେ ରାଜ୍ୟସ୍ତରୀୟ ଓ ଫେବୃଆରୀରେ ଦିଲ୍ଲୀରେ ଜାତୀୟ ମହାନଦୀ ଆଲୋଚନା ଚକ୍ର କରାଯିବ l ଟ୍ରିପଲ ଇଞ୍ଜିନ ସରକାରକୁ ମହାନଦୀ ଜଳବିବାଦ ତୁରନ୍ତ ସମାଧାନ ପାଇଁ ଜଳ ପୁରୁଷ ରାଜେନ୍ଦ୍ର ସିଂ ଆହ୍ୱାନ ଦେଇଛନ୍ତି l ସମୟ ଯେତିକି ଗଡ଼ୁଛି ମହାନଦୀ ସ୍ଥିତି ଅଧିକ ଗମ୍ଭୀର ହେଉଛି। ଅକ୍ଟୋବର ମାସରୁ ମହାନଦୀ ଶୁଖିବାକୁ ଆରମ୍ଭ କଲାଣି l ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରେକର୍ଡ ଦେଖି ମହାନଦୀ ଟ୍ରିବୁନlଲକୁ ନେଇ ଆଶା କ୍ଷୀଣ ଥିବା କୁହାଯାଇଛି l ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି l ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂହ କହିଛନ୍ତି ଯେ ଏବେ କେନ୍ଦ୍ର ଓ ଦୁଇ ରାଜ୍ୟ ଯଥା ଓଡ଼ିଶା ଓ ଛତିଶଗଡ଼ ରେ ସମାନ ଦଳର ସରକାର ଚାଲିଛି l ତେଣୁ ମହାନଦୀ ଜଳ ବିବାଦ ର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ର ରାସ୍ତା ଖୋଲିଛି l ଟ୍ରିପଲ ଇଞ୍ଜିନ ସରକାରର ସୁଯୋଗ ନେଇ ଓଡ଼ିଶାବାସୀ ଓ ମହାନଦୀ କୁ ନ୍ୟାୟ ଦିଅନ୍ତୁ l ଦେଶର ଇତିହାସ କୁ ଦେଖିଲେ କୌଣସି ଜଳ ବିବାଦ ଟ୍ରିବୁନlଲ ନଦୀ ସମସ୍ୟା ର ସମାଧାନ ବାସ୍ତବରେ କରି ପାରି ନାହିଁ l କାବେରୀ ନଦୀ ଜଳ ବିବାଦ ଟ୍ରିବୁନlଲ ଏହାର ଜ୍ୱଳନ୍ତ ଉଦାହରଣ l କାବେରୀ ରାସ୍ତାରେ ମହାନଦୀ ଜଳ ବିବାଦ କୁ ନନେବା ପାଇଁ ସେ ଓଡ଼ିଶା ସରକାର, ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ନିବେଦନ କରିଛନ୍ତି l ଓଡିଶା ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ l ପ୍ରଥମେ ନିଜ ରାଜ୍ୟରେ ଏକ ନଦୀ ନୀତି ଆଣନ୍ତୁ l ରାଜ୍ୟ ଭିତରେ ନଦୀର ସୁରକ୍ଷା ଓ ପ୍ରାକୃତିକ, ନିର୍ମଳ ଓ ନିରନ୍ତର ପ୍ରବାହ ପାଇଁ ଦୃଢ ନିଷ୍ପତି ନିଅନ୍ତୁ l ନଦୀର ସୁରକ୍ଷା ପାଇଁ ଅତିକ୍ରମଣ, ପ୍ରଦୂଷଣ ଓ ପ୍ରବାହମାନ ଉପରେ କୌଣସି ସାଲିସ କରାଯିବା ଅନୁଚିତ l
Naxatra News is now on Whatsapp
Join and get latest news update delivered to you via whatsapp
Join Now