ଆଜି ମଣ୍ଡପରେ ମହାଷ୍ଟମୀ

ଆଜି ଶାରଦୀୟ ନବରାତ୍ରୀର ଅଷ୍ଟମ ଦିନ। ଯାହାକୁ ମା ଦୂର୍ଗାଙ୍କର ପବିତ୍ର ମହାଷ୍ଟମୀ ରୂପେ ପାଳନ କରାଯାଏ। ତେବେ ଆଜି ଅଷ୍ଟମୀ ତିଥି ଲାଗି ସାରା ରାଜ୍ୟ ଉତ୍ସବମୁଖର। ମଣ୍ଡପମାନଙ୍କରେ ବହୁ ପୂଜାବିଧି ସହ ମାଙ୍କର ପୂଜାର୍ଚ୍ଚନା ଚାଲିଥିବା ବେଳେ ଏପଟେ ପୀଠମାନଙ୍କରେ ମା’ଙ୍କର ମହାନବମୀ ପୂଜା ଅନୁଷ୍ଠିତ ହେଉଛି। ମା’ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କର ଭିଡ ଲାଗିଛି। ଲମ୍ୱା ଲମ୍ୱା ଧାଡିରେ ଛିଡା ହୋଇ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଆଜି ମହାଷ୍ଟମୀ ଉପଲକ୍ଷେ କେତେକ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖିଛନ୍ତି। ଏବଂ ଉପବାସ ପୂରା କରିବା ପାଇଁ ସକାଳୁ ମଣ୍ଡପରେ ଲାଇନରେ ଛିଡା ହୋଇ ନିଜ ପୂଜାର୍ଚ୍ଚନା ବିଧି ସଂପୂର୍ଣ୍ଣ କରୁଛନ୍ତି। ମା’ଙ୍କ ଆଳତୀ ଦେଖିବା ପାଇଁ ମଧ୍ୟ ଲୋକଙ୍କର ଭିଡ ଜମୁଛି। ଏପଟେ ଅପରାହ୍ନରୁ ନବମୀ ତିଥି ରହୁଥବାରୁ କନ୍ୟାପୂଜନର ବିଧି ଅନୁଷ୍ଠିତ ହେବାର ବବ୍ୟସ୍ଥା ରହିଛି।

ତେବେ ରାଜ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବାହାରେ ମଧ୍ୟ ବହୁ ଧୁମଧାମରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି। ମୁମ୍ୱାଇ, ଦିଲ୍ଲୀ, ଉତ୍ତରପ୍ରଦେଶ, କୋଲକାତା ଭଳି ବିଭିନ୍ନ ପ୍ରମୁଖ ସ୍ଥାନରେ ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ତେବେ ଓଡିଶାରେ ମା’ଙ୍କ ମୃର୍ତ୍ତିଗୁଡିକ ଯେତିକି ମନଲୋଭା ହୋଇଛି, ତାଠାରୁ ସେତିକି ସୁନ୍ଦର ଓ ଆକର୍ଷଣୀୟ ତୋରଣ ଓ ସାଜ୍ଜସଜ୍ୟା ହୋଇଛି। ରାଜ୍ୟର ବିଭିନ୍ନ ସହର ସମେତ କଟକ ଏବଂ ଭୁବନେଶ୍ୱରର ପୂଜାମଣ୍ଡପଗୁଡିକରେ ମନଲୋଭୁଛି ତୋରଣ ଯାହାକୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *