ରାୟଗଡା ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ବିଶେଷ କରି ଆଶ୍ରମ ବିଦ୍ୟାଳୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଜିଲ୍ଲାର ସମସ୍ତ ଆଶ୍ରମ ବିଦ୍ୟାଳୟରେ ଏଏନ୍ଏମ ଓ ଆଶାଦିଦି ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେବା ସହ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରୁଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନାରା। ସେପଟେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଆବଶ୍ୟକ ପରିମାଣର ବେଡ୍ ନଥିବାରୁ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି। କେଉଁଠି ରକ୍ତ ନମୁନା ପରୀକ୍ଷା କରିବା ପାଇଁ ଲମ୍ବା ଲାଇନ ଲାଗିଛି ତ ଆଉ କେଉଁଠି ଔଷଧ ନେବାପାଇଁ ନିରାମୟ କାଉଣ୍ଟରରେ ଲାଇନ ଲାଗିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ବଢିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ କଲ୍ୟାଣ ଅଧିକାରୀ ରାୟଗଡା, ଗୁଣୁପୁର ଓ ଗୁଡାରୀ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଓ ଜିଲ୍ଲାର ସମସ୍ତ ବ୍ଳକ ମଙ୍ଗଳ ଅଧିକାରୀଙ୍କୁ ସତର୍କତା ଅବଲମ୍ୱନ କରି ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now