Malkangiri

ମହିଳା ଫାର୍ମାସିଷ୍ଟଙ୍କ ଦବଙ୍ଗଗିରି

ମାଲକାନଗିରି: ମାଲକାନଗିରି ସଦର ଚିକିତ୍ସାଳୟର ଜଣେ ମହିଳା ଫାର୍ମାସିଷ୍ଟଙ୍କ ଦବଙ୍ଗଗିରି। ଚିକିତ୍ସା ପାଇଁ ମେଡିକାଲକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ମାଲକାନଗିରି ପୌର ପରିଷଦର ପୂର୍ବତନ କାଉନସିଲର ବାଲା ରାଜୁ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିଲେ। ହେଲେ ସେଠାରେ ଜଣେ ମହିଳା ଫାର୍ମାସିଷ୍ଟ ପ୍ରାଚୀପ୍ରଭା ବେହେରାଙ୍କ ସହ କୌଣସି ଏକ କଥାକୁ ବଚସା ହୋଇଥିଲା। ଜଣେ ଡାକ୍ତରଙ୍କ ଉପସ୍ଥିତରେ ଫାର୍ମାସିଷ୍ଟ ଜଣକ ରୋଗୀଙ୍କ ସଂପର୍କୀୟଙ୍କ ସହ ଦୁର୍ବ୍ୟବହାର କରୁଥିବା ଭିଡିଓ ଭାଇରାଲ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Articles

Leave a Reply

Your email address will not be published.

Back to top button