ମା ଘର ସୁରକ୍ଷା ସେନା ପକ୍ଷରୁ ଦଶମ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସଂସ୍କୃତି ଭବନ ପରିସରରେ ଗତକାଲି ରାଜ୍ୟ ମା ଘର ସୁରକ୍ଷା ସେନାର ଦଶମ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନନୀୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୁର୍ଣଚନ୍ଦ୍ର ବାକା, ମା ଘର ସୁରକ୍ଷା ସେନା ରାଜ୍ୟ ସଭାପତି ମମତା ମଲିକ, ମାଲକାନଗିରି ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ତହସିଲଦାର ଜଗଦିଶ କାର୍ତାମୀ, ଆଦିବାସୀ ମହାସଂଘ ସଭାପତି ଘନଶ୍ୟାମ ମାଡକାମି, ବରିଷ୍ଠ ଆଇନଜୀବି ତଥା ବିଜେଡି ସାଂଗଠନିକ ସମ୍ପାଦକ ଗୋପାଳକୃଷ୍ଣ ପଣ୍ଡା, ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ର, ଏମ୍.ୟୁ.ଜେ. ସଭାପତି ଦେବ ପ୍ରସାଦ ଦାସ, ମଂଚାସୀନ ଥିଲେ। ମା ଘର ସୁରକ୍ଷା ସେନା ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପାରିବାରିକ ସମସ୍ୟା ସମାଧାନ କରିବା ସହ ୬୦୦ଟି ଥାନାରେ ଅଭିଯୋଗ ହୋଇଥିବା ମାମଲା ଗୁଡିକୁ ଆପୋଶ ମିଳାମିଶା ମାଧ୍ୟମରେ ସମାଧାନ କରିଛନ୍ତି। ଏଥିସହ ଜିଲ୍ଲାରେ ବସବାସ କରୁଥିବା ସମସ୍ତ ପରିବାର ଶାନ୍ତିରେ ରହିବା ସହ ପାରିବାରିକ କିମ୍ବା ଅନ୍ୟ କୌଣସି ଗଣ୍ଡଗୋଳ, ବିଛେଦ, ନିର୍ଯ୍ୟାତନା ଇତ୍ୟାଦି କାର୍ଯ୍ୟରେ ଲିପ୍ତ ନରହିବା ପାଇଁ ସାଂସଦ ଶ୍ରୀ ମାଝୀ ଉପସ୍ଥିତ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ। ମା ଘର ସୁରକ୍ଷା ସେନା ବିଭିନ୍ନ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଧାୟକ ଶ୍ରୀ ବାକା ପ୍ରକାଶ କରିବାସହ ଆଗାମୀ ଦିନରେ ମହିଳା ମାନଙ୍କ ଦ୍ଵାରା ନାରୀ ସଶକ୍ତିକରଣ ଏବଂ ଶାନ୍ତି ଆମ ଜିଲ୍ଲାରେ ବଜାୟ ରହିବା ମାଲକାନଗିରି ଜିଲ୍ଲା ମା ଘର ସୁରକ୍ଷା ସେନା ସଭାପତି ପ୍ରଶାନ୍ତିଲତା ବିଶୋଇ ଏବଂ ସମ୍ପାଦକ ଦୁଲାଲି ଥଣ୍ଡର ମାଲକାନଗିରି ଜିଲ୍ଲାରେ ଏହି ସଂଗଠନ କିପରି ତାହାର କାର୍ଯ୍ୟକାରୀ ଜାରି ରଖିଛି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ସଂଗଠନକୁ ଅଧିକ ସୁଦୃଢ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପୁରୁଷ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ଉତରୀୟ ଦେଇ ସମ୍ମାନୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ବୁଦ୍ଧିଜୀବିଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାର ମା ଘର ସୁରକ୍ଷା ସେନାର କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସର୍ବ ବିଶୋଇ ପରିଚାଳନା କରିଥିବା ବେଳେ ମା ଘର ସମ୍ପାଦକ ଦୁଲାଲି ଥଣ୍ଡର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *