ପାଠ ପଢିବେ ୨ ଅନାଥ ଭଉଣୀ, ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସହାୟତାର ହାତ ବଢାଇଲା ପ୍ରଶାସନ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନର ସହାୟତାରେ ଦୁଇ ଜଣ ଅନାଥ ଭଉଣୀ ଯେଉଁ ମାନେ ଦୁଇ ବର୍ଷ ହେଲା ପାଠପଢା ଛାଡି ଦେଇ ଘରେ ରହି ବାର୍ଦ୍ଧକ୍ୟ ଜେଜେବାପା ଏବଂ ଜେଜେ ମା” ସହ ନିଜେ ମଧ୍ୟ ଚାଷ କାମ ଏବଂ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ଉଭୟ ଭଉଣୀ ସୁମିତ୍ରା ନାୟକ ଏବଂ ରଞ୍ଜିତା ନାୟକଙ୍କର ମଧ୍ୟ ପୁଣିଥରେ ପରବର୍ତ୍ତୀ ପାଠ ପଢା ନିମନ୍ତେ ନାମ ଲେଖା ହେଇ ସାରିଛି।

ଗତ ୨୮/୦୭/୨୦୨୩ ରେ ସାନ ଭାଉଣୀ ସୁମିତ୍ରା ନାୟକଙ୍କର କିସ୍ କଲେଜ ଭୁବନେଶ୍ୱର ଠାରେ ଯୁକ୍ତ ଦୁଇ ବାଣିଜ୍ୟରେ ନାମ ଲେଖେଇବା ପାଇଁ ପ୍ରମାଣପତ୍ର ଯାଞ୍ଚ ପରେ ନାମ ଲେଖା ହେଇ ସାରିଛି ଏବଂ ୨୯/୦୭/୨୦୨୩ ରେ ବଡ ଭଉଣୀ ରଞ୍ଜିତା ନାୟକଙ୍କ ମାଥିଲି ଆଇଟିଆଇରେ କମ୍ପୁଟର ବିଭାଗରେ ନାମ ଲେଖା ହୋଇଛି । ଏହା ନିଶ୍ଚିୟ ସମସ୍ତଙ୍କ ପାଇଁ ଖୁସି ଖବର। ପାଠପଢା ସ୍ୱପ୍ନ ଛାଡି ଘରର ପରିସ୍ଥିତି ଯୋଗୁଁ ଘରେ ରହି ମୂଲ ଲାଗୁଥିବା ଦୁଇ ଅନାଥ ଭଉଣୀ ଆଗକୁ ଉଚ୍ଚଶିକ୍ଷା ଗ୍ରହଣ କରିବେ ଏବଂ ତାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ନୂଆଁ ସ୍ୱପ୍ନ ଦେଖି ପାରିବେ ।

ଏଥିପାଇଁ ବିଶେଷକରି ମହେଶ୍ୱର ନାଏକ ଅତିରିକ୍ତ ଜିଲ୍ଲାପାଳ, ଅକ୍ଷୟ କୁମାର ଖେମୁଣ୍ଡୁ ଉପ-ଜିଲ୍ଲାପାଳ ଏବଂ ଜିଲ୍ଲା ନିୟୋଜନ ଏବଂ ଦକ୍ଷତା ବିକାଶ ଅଧିକାରୀ ତାଙ୍କର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଦୁଇ ଅନାଥ ଭଉଣୀଙ୍କ ପରବର୍ତ୍ତି ପାଠପଢା ଏବଂ ନାମ ଲେଖା ହେବା ପର୍ଯ୍ୟନ୍ତ ସୋୟାର ସଦସ୍ୟ ମାନଙ୍କ ସହ ଯୋଗାଯୋଗରେ ରହି ଶେଷରେ ପାଠ ପଢାରୁ ବଞ୍ଚିତ ହେଇ ଘରେ ପଡି ରହିଥିବା ଏହି ଅନାଥ ଦୁଇ ଭଉଣୀଙ୍କ ନାମ ଲେଖା ସମ୍ଭବ କରେଇ ପାରିଛନ୍ତି । ଏହି ମହାନ କାର୍ଯ୍ୟରେ ସହଯୋଗର ହାତ ବଢେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅର୍ଥାତ୍ ଏହି ବିଷୟକୁ ଗଣମାଧ୍ୟମରେ ପ୍ରକାଶ କରିବା ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ଶେୟାର କରି ଲୋକଲୋଚନକୁ ଆଣିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ଦୁଇ ଭଉଣୀ ଏବଂ ଆଗାମୀ ଦିନରେ ମଧ୍ୟ ଏହିଭଳି ମହାନ କାର୍ଯ୍ୟ ନିମନ୍ତେ ସହଯୋଗ କରିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *