Malkangiri

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ

ମାଲକାନଗିରି : ବର୍ଷ ବର୍ଷ ଧରି ଜଳଭଣ୍ଡାରରୁ ମାଛ ଧରି ବିକ୍ରି କରି ତେଲଲୁଣର ସଂସାର ଚଳାଉଥିଲେ। ତେଣୁ ରାତି ପାହିଲେ ମାଛ ଧରିବା ପାଇଁ ଦେଶୀ ଡଙ୍ଗା ନେଇ ଜଳଭଣ୍ଡାର ଭିତରକୁ ପଳାନ୍ତି। ସବୁଦିନ ପରି ଗତକାଲି ବି ସକାଳୁ ଉଠି ଚାଲି ଯାଇଥିଲେ ୩ ମତ୍ସ୍ୟଜୀବୀ। ସେମାନେ ଭାବିଥିଲେ ମାଛ ଧରି ବିକ୍ରି କରି ଘରକୁ ଫେରିବେ। ମାତ୍ର ସେମାନଙ୍କ ସବୁ ଭାବନା ଭୁଲ୍ ହୋଇଯାଇଥିଲା। ଜଳ ଭଣ୍ଡାରରୁ ମାଛ ଧରି କୂଳକୁ ଫେରିଲା ବେଳେ ହଠାତ ପବନ ବର୍ଷା ଆରମ୍ଭ ହୋଇଯାଇଥିଲା।ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ମାଡ଼ରେ ଡଙ୍ଗାଟି ଭାରସାମ୍ୟ ହରାଇବସିଥିଲା। ପାଣି ପଶି ଡଙ୍ଗାଟି ଜଳଭଣ୍ଡାରରେ ବୁଡ଼ିଯାଇଥିଲା। ଦୁଇ ଜଣ ମତ୍ସ୍ୟଜୀବୀ ନିଜ ଜୀବନ ବଞ୍ଚାଇ ପହଁରି ପହଁରି କୂଳକୁ ପଳାଇଆସିଲେ। ଏବେବି ଅନ୍ୟ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳଭଣ୍ଡାରେ ଗତକାଲି ଏହି ଘଟଣା ଘଟିଛି। ନିଖୋଜ ମତ୍ସ୍ୟଜୀବୀ ଜଣକ ହେଲେ କୃପା ବେନିଆ।ଗତକାଲି ଡାଇକ-୩ ଗାଁର ହରି ସଗରିଆ, କୈଳାସ ନାୟକ ଓ କୃପା ବେନିଆ ମାଛ ଧରିବାକୁ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରକୁ ଯାଇଥିଲେ। ମାଛ ଧରି ଫେରିଲା ବେଳେ ସିଙ୍ଗରାମ ନିକଟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପବନ ବୋହିଥିଲା। ଏହାକୁ ଦେଖି ୩ ମତ୍ସ୍ୟଜୀବୀ ଡଙ୍ଗା ନେଇ ଶୀଘ୍ର ପଳାଇ ଆସୁଥିଲେ। ହେଲେ କିଛି ସମୟ ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜୋରରେ ଆରମ୍ଭ ହୋଇଥିଲା। ଦେଶୀ ଡଙ୍ଗାରେ ପାଣି ପଶି ଯିବାରୁ ଭାରସାମ୍ୟ ହରାଇ ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡ଼ିଯାଇଥିଲା।ଦୁଇ ମତ୍ସ୍ୟଜୀବୀ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ହେଲେ କୃପା ଏବେ ବି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button