ଅମଲାଙ୍କ ଅଭିନଵ ପ୍ରତିବାଦ, କଲମ ବଦଳରେ ହାତରେ ଝାଡୁ

Spread the love

ମାଲକାନଗିରି : କଲମ ବଦଳରେ ଅମଲାମାନେ ହାତରେ ଝାଡୁ ଧରି ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରି ପ୍ରତିବାଦ ଜଣାଇଛନ୍ତି । ସକାଳୁ ସକାଳୁ ଅମଲାମାନେ ଏକାଠି ହୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି । ଗ୍ରେଡ୍ ପେ” ଓ ଦରମା ବୃଦ୍ଧି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା । କିରାଣିମାନେ ସାମୁହିକ ଛୁଟି ନେଇ ସରକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେଉଛନ୍ତି । ମାଲକାନଗିରି ଜିଲ୍ଲାରେ ମଧ୍ୟ ଅମଲାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଯାହାକୁ ନେଇ ଏଭଳି ଅଭିନବ ପ୍ରତିବାଦ ଜଣାଇଛନ୍ତି ଅମଲା ।

Leave a Reply

Your email address will not be published. Required fields are marked *