୮ ଫୁଟ ର ଅଜଗର ସାପ ଉଦ୍ଧାର

Spread the love

ମାଲକାନଗିରି : ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର କୋଲନିରୁ ଏକ ୮ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଅଂଚଳର ସାପ ଧରାଳି । ସନ୍ତୋଷ ବାଘ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଏହି ସାପଟି ବୁଲୁଥିବା ବେଳେ ସାପଟିକୁ ଦେଖି ସ୍ଥାନୀୟ ସାପ ଧରାଳି ମାଧବ କୁସପାରିଆଙ୍କୁ ସୂଚନା ଦେଇଥିଲେ । ସେଠାରେ ଯଥା ଶୀଘ୍ର ମାଧବ ପହଂଚି ସାପଟିକୁ ଧରି ଜଙ୍ଗଲ ଭିତରେ ଛାଡି ଦେଇଥିଲେ । ଗ୍ରୀଷ୍ମ ପ୍ରବାହରେ ତାତି ବଢ଼ିବା ଯୋଗୁଁ ସାପମାନେ ଜଙ୍ଘଲରେ ରହିବା ପରିବର୍ତେ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *