ମଟର ଯାନ ଚଳାଇବା ସମୟରେ ଆବଶ୍ୟକ ନିୟମ ମାନିବା ନିମନ୍ତେ ବ୍ୟାପକ ସଚେତନ ଆବଶ୍ୟକ ସମ୍ବନ୍ଧେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପ୍ରଦାନ

Spread the love

ମାଲକାନଗିରି : ଗତ ଦିନମାନଙ୍କରେ ମଟର ସାଇକଲ ଦୂର୍ଘଟଣା ମାଲକାନଗିରି ଜିଲ୍ଲାରେ ଅନେକ ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି । ଅନେକ ମଟରଯାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ୍ ନାହିଁ । କମ୍ ବୟସର ଅନେକ ପୁଅ ଝିଅ ମଟରଯାନ ଚଳାଉଛନ୍ତି। ଏ ବିଷୟରେ ବାପା, ମା ଓ ଅବିଭାବକମାନେ ସଚେତନ ନୁହନ୍ତି, ପରିବାରର ସାଧାରଣ ଆବଶ୍ୟକତା ନିମନ୍ତେ ପିଲାମାନଙ୍କୁ ମଟର ସାଇକଲ ଦେଇ ମୂଖ୍ୟ ସଡକକୁ ପଠାଉଛନ୍ତି ।

ପ୍ରାୟତଃ ମଙ୍ଗଳବାର କୁ ବାଦ୍ ଦେଲେ ଅନ୍ୟ ଦିନରେ ଅନେକ ମଟରଚାଳକ ହେଲ୍‌ମେଟ୍ ବ୍ୟବହାର କରୁନାହାନ୍ତି । ଏଣୁ ଏହି ଚାଳକମାନଙ୍କୁ ଧରିବା, ସଚେତନ କରିବା ଓ ମୋଟାଅଙ୍କରେ ଜୋରିମାନା ଆଦାୟର ବ୍ୟବସ୍ଥା କରାଯାଉ । ଆମ ଜିଲ୍ଲାରେ ସିନିଅର୍ ରେଡ୍‌କ୍ରସ୍‌, ଆପଦର ମିତ୍ର, ଏନ୍‌.ଏସ୍‌.ଏସ୍‌, ସ୍କାଉଟ୍ ଓ ଏନ୍‌.ସି.ସି ଶିକ୍ଷାର୍ଥି ଅଛନ୍ତି, ଯଦି ଆମେ ସେମାନଙ୍କୁ ପୋଲିସ୍ ପ୍ରଶାସନସହ ସଡକ ଦୂର୍ଘଟଣା ବିଷୟରେ ସଚେତନ କାର୍ଯ୍ୟରେ ସାମିଲ୍ କରାଯାଉ । ଏହି ପ୍ରକାର ବ୍ୟବସ୍ଥା ଆମ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଓ ରାଜଧାନୀ ଭୁବନେଶ୍ୱରରେ ତଥା ନିକଟ ରାଜ୍ୟ ଆନ୍ଧ୍ର ପ୍ରଦେଶ୍ର ବିଭିନ୍ନ ସହରରେ ଟ୍ରାଫିକ୍ ଛକ ଓ ମଟରଯାନ ଯାଞ୍ଚ ସମୟରେ କାର୍ଯ୍ୟକାରୀ କରାଯାଉଛି । 

ପ୍ରତ୍ୟେକ ଛୋଟ ସହର ଯେପରି କିଆଙ୍ଗ, ମହୁପଦର, ମାଥିଲି, ଗୋବିନ୍ଦପାଲି, ଖଇରପୁଟ୍‌, କୁଡୁମୁଲୁଗୁମ୍ମା, ସୋମନାଥପୁର, ବାଲିମେଳା, ମୁଦୁଲିପଡା, ଟନଲ୍ କ୍ୟାମ୍ପ୍‌, ଚିତ୍ରକୋଣ୍ଡା, ପପୁଲୁର, ସ୍ୱାଭିମାନ ଅଞ୍ଚଳ, ପାଙ୍ଗାମ୍‌, କୋତାମେଟା, ପାଣ୍ଡ୍ରିପାଣି, ପଦ୍ମଗିରି, କୋରକୁଣ୍ଡା, କାମ୍ୱେଡା, ନିଳାଦ୍ରିନଗର, ଭେଜାଙ୍ଗିୱାଡା, କାଲିମେଳା, ଏମ୍‌.ଭି -୭, ଗଙ୍ଗଲା, ସିମିଳିବାଞ୍ଛା, ଗମ୍ପାକୋଣ୍ଡା, ନିଲିଗୁଡା, ବାପନପାଲି, ପଟେରୁ, ଶିଖପାଲି, ପଡିଆ, ଏମ୍ .ଭି -୭୯, ଏମ୍‌. ଭି -୭୨, ଏମ୍ .ଭି -୮୩, ଏମ୍ .ଭି -୮୮, ମୋଟୁ ପରି ସମସ୍ତ ସ୍ଥାନ ମାନଙ୍କରେ ବିଶେଷକରି ହାଟ ଦିନରେ ସଚେତନ କାର୍ଯ୍ୟ କଲେ ଅନେକ ଲୋକ ମଟରଚାଳନା ବିଷୟରେ ସଚେତନ ହୋଇପାରନ୍ତେ ।

ସମସ୍ତ ଉଚ୍ଚ ବିଦ୍ୟାଳୟ, କେ.ଜି.ବି.ଭି, ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ଓ ସମସ୍ତ ସରକାରୀ ବେସରକାରୀ ମହାବିଦ୍ୟାଳୟରେ ମଧ୍ୟ ଏହି ସଚେତନ କାର୍ଯ୍ୟ କରିବା ନିମନ୍ତେ ଯୋଜନା କରିବା ଉଚିତ୍‌ । ସମସ୍ତ ଜନପ୍ରତିନିଧି ମାନଙ୍କ ବୈଠକରେ ବ୍ଲକ୍ ଓ ଜିଲ୍ଲା ସ୍ତରରେ ସଡକ ସୁରକ୍ଷା ସଚେତନା ନିମନ୍ତେ କିଛି ସମୟ ରଖିବା ଦରକାର ।

ସମସ୍ତ ସରକାରୀ ଦପ୍ତର, ବେସରକାରୀ ଅନୁଷ୍ଠାନରେ ପ୍ରତି ମାସରେ ଏହି ସଚେତନ କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ସମୟ ବାହାର କରିବା ଦରକାର । ସଚେତନତା ହିଁ ଦୂର୍ଘଟଣାକୁ ସହଜରେ ଏଡାଇ ଦେଇ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଏକ ମାତ୍ର ପନ୍ଥା ମନେ ହୁଏ !

ଏହାସହ ପ୍ରଥମେ ଅଳ୍ପ ଜୋରିନାମା ଓ ପରେ ଯଦି ସେହି ବ୍ୟକ୍ତି ବାରମ୍ବାର ଆଇନ୍ ଉଲଙ୍ଘନ କରେ ତେବେ ମୋଟା ଅଙ୍କର ଜୋରିମାନା ସହ ଥାନାରେ ନିଜ ତରଫରୁ ପୁନଃ ଏ ପ୍ରକାର ଭୁଲ ଯେପରି ନହୁଏ ତାହାର ଏକ ଲିଖିତ ଘୋଷଣାନାମା ଲେଖି ଉଭୟ ସ୍ୱାମୀ ଓ ସ୍ତ୍ରୀ କିମ୍ବା ଅବିଭାବକ ଉଭୟ ପିଲା ସହ ଦସ୍ତଖତ ଦେବା ନିମନ୍ତେ ବ୍ୟବସ୍ଥା କରାଯାଉ ।

ଜିଲ୍ଲାର ବିଭିନ୍ନ ଥାନା ନିକଟରେ ଓ ଜନଗହଳି ସ୍ଥାନ ମାନଙ୍କରେ ଥିବା “ସି ସି କ୍ୟାମେରା”ରେ ମଧ୍ୟ ଅନୁଧ୍ୟାନ କରି ପ୍ରଥମେ ସଚେତନ ବାର୍ତ୍ତା ମଟରସାଇକଲ ମାଲିକ କୁ ଓ ପରେ ଜୋରିମାନା ନିମନ୍ତେ ମଧ୍ୟ ମୋବାଇଲ୍ ସନ୍ଦେଶ ଦିଆଯାଉ ।

କାର୍ଯ୍ୟ ଆରମ୍ଭ କଲେ ଅଭିଜ୍ଞତା ଆଧାରରେ ଆଉ ଅନେକ ଯୋଜନା ମନକୁ ଆସିବ, ସେଗୁଡିକୁ ବୈଠକ ମାଧ୍ୟମରେ ଉଚିତ୍ ବିଷୟକୁ କାର୍ଯ୍ୟକାରୀ ନିମନ୍ତେ ନିର୍ଦ୍ଦେଶ ଦେବାକୁ ସମାଜସେବୀ ତଥା ଭାରତୀୟ ରେଡ୍‌କ୍ରସ୍ ସୋସାଇଟିର ଆଜୀବନ ସଦସ୍ୟ ରାମ କୃଷ୍ଣ ଚୌଧୁରୀ ଅଧିକାରୀଙ୍କ ସହ ବିଶେଷ ଆଲୋଚନା କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଏହି ବିଷୟରେ ଜିଲ୍ଲାପାଳ ମାଲକାନଗିରି ଜିଲ୍ଲା ପରିବହନ ନିରିକ୍ଷଣ ଅଧିକାରୀ, ମାଲକାନଗିରି ସମସ୍ତ ଥାନା ଅଧିକାରୀ, ମାଲକାନଗିରି ଜିଲ୍ଲା ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ମାଲକାନଗିରି ଜିଲ୍ଲାକୁ ପତ୍ର ମାଧ୍ୟମରେ ମଧ୍ୟ ପତ୍ରାଳାପ କରିବେ ବୋଲି ରାମ କୃଷ୍ଣ କହିଛନ୍ତି ।

Leave a Reply

Your email address will not be published. Required fields are marked *