ଜିଲ୍ଲା ସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ସଭା

ମାଲକାନଗିରି : ସ୍ଥାନୀୟ ରକ୍ତ ଭଣ୍ଡାର ସଭା ଗୃହରେ ଏକ ଜିଲ୍ଲା ସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଭା ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ, ଡି.ପି.ଏଚ.ଓ. ଡା. ସନ୍ଧ୍ୟାରାଣୀ ପଟ୍ଟନାୟକ, ଅତିରିକ୍ତ ଏସପି ବଳଭଦ୍ର ଦୀପ, ଡି.ଏସ୍.ପି. ସତ୍ୟ ପ୍ରକାଶ ଭୂୟାଁ, ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ, ଡି.ପି.ଏସ. ସସ୍ମିତା ସାହୁ, ଜିଲ୍ଲା ଯୁବ ରେଡକ୍ରସ୍ ସମ୍ପାଦକ ଡା. ରଞ୍ଜନ କୁମାର ସ୍ବାଇଁ, ଜିଲ୍ଲା ଯୁବ ଅଧିକାରୀ ହରିଶ୍ ରୂପାଲ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ଉପସ୍ଥିତ ରହି ମାଲକାନଗିରି ଜିଲ୍ଲାକୁ ତମାଖୁ ମୁକ୍ତ କରିବାକୁ ନିଜର ମତାମତ ରଖିଥିଲେ ଏବଂ ଆଗାମୀ କାର୍ଯ୍ୟକ୍ରମ ପାଇଁ ଏକ ସୁଚିନ୍ତିତ ଯୋଜନା କରାଯାଇଥିଲା। ଆଗାମୀ ଦିନରେ ସମସ୍ତ ଅଫିସ, ବସଷ୍ଟାଣ୍ଡ, ବ୍ୟାଙ୍କ୍, ପୋଷ୍ଟ ଅଫିସ ସମେତ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ନିଷ୍ପତି ନିଆଯାଇଅଛି ।
ଏପିଡେମିଓଲୋଜିଷ୍ଟ ଡା. ଦୁର୍ଗା ପ୍ରସାଦ ରାଜ ବିଶଦ ଭାବରେ କାର୍ଯ୍ୟକ୍ରମ ବାବଦରେ ବୁଝାଇ ଥିଲେ ଏବଂ ଶିବ ପ୍ରସାଦ ପାଣିଗ୍ରାହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ସଭା ଶେଷରେ ଡା. ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।