ସରକାରଙ୍କ ଫୋକସ୍ ରେ ଥିବା ସ୍ବାଭିମାନ ଅଞ୍ଚଳ ପଣସପୁଟ ସଦର ମହକୁମାରେ ପାନୀୟ ଜଳ ସଙ୍କଟ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ପଣସପୁଟ ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ଦେଖିବାକୁ ମିଳିଛି ଜଳ ସଙ୍କଟ। ଗାଁରେ ଥିବା ତିନୋଟି ସୋଲାର ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ତାହା ଅନେକ ଦିନ ହେବ ଅଚଳ ହୋଇପଡିଛି। ଗ୍ରାମରେ ଥିବା ନଳକୂପ ଗୁଡିକ ମଧ୍ୟ ଅଚଳ ହୋଇ ପଡିଥିବା ବେଳେ ତାହାର ମରାମତି କରାଯାଉନାହିଁ। ଅନେକ ସରକାରୀ ଅଧିକାରୀ ବାବୁ ମାନେ ଆସୁଛନ୍ତି, ଦେଖୁଛନ୍ତି କିନ୍ତୁ, କାହାର ନଜର ପଡୁନାହିଁ। ଦୁଃଖର ବିଷୟ, ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାରମ୍ବାର ପଣସପୁଟ ଗସ୍ତ କରିଛନ୍ତି, ହେଲେ ଗ୍ରାମରେ ଲାଗି ରହିଥିବା ଜଳ ସଙ୍କଟ କେମିତି ଦୂର ହେବ ସେ ବିଷୟରେ ଜାଣିବାକୁ ବି ଚାହିଁ ନାହାନ୍ତି କି ସରପଞ୍ଚ ମଧ୍ୟ ସମସ୍ତ ବିଷୟ ଅବଗତ ରହି କିଛି ପଦକ୍ଷେପ ନେଉ ନଥିବା ଯୋଗୁଁ ଗ୍ରାମବାସୀ ମୁନ୍ଦାଏ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *