ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ପରିବାର କଲ୍ୟାଣ ସଚେତନତା ରଥ ଉଦଘାଟନ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ପରିବାର କଲ୍ୟାଣ ସଚେତନତା ରଥ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତା ଙ୍ଗୁଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଉପସ୍ଥିତ ଥିଲେ । ଏହି ସଚେତନତା ରଥ ତା ୧୧ ।୦୭ ।୨୦୨୩ ରିଖ ଠାରୁ ତା ୨୫ ।୦୭ ।୨୦୨୩ ରିଖ ପର୍ଯ୍ୟନ୍ତ ମାଲକାନଗିରି ସହର ସମେତ ଜିଲ୍ଲା ର ସମସ୍ତ ୭ଟି ବ୍ଲକ ର ଜନସାଧାରଣଙ୍କୁ ପରିବାର ନିୟୋଜନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ବ୍ରଜବନ୍ଧୁ ଦାଶ, ଅତିରିକ୍ତ ଜିଲ୍ଲା ଚିକିତ୍ସ୍ୟା ଅଧିକାରୀ (ଭିବିଡି)ଡାକ୍ତର ଧନେଶ୍ୱର ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଇନ୍ଦିରା ପ୍ରଧାନ, ଯୁବ ରେଡକ୍ରସ ସେକ୍ରେଟେରୀ ଡ. ରଞ୍ଜନ କୁମାର ସ୍ୱାଇଁ, ଏନଏଚଏମ ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀମତୀ ସସ୍ମିତା ସାହୁ ସହିତ ବିଭିନ୍ନ ବ୍ଲକ ରୁ ଆସିଥିବା ମେଡିକାଲ ଅଫିସର ଏବଂ ସ୍ୱାସ୍ଥ୍ୟକର୍ମୀ ଓ ଆଶା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *