ଚିତ୍ରକୋଣ୍ଡା ୧୦୮ ବୋଟ୍ ଆମ୍ବୁଲାନ୍ସ ସେବାରେ ରହିଥିବା କେତେକ ସମସ୍ୟାର ଆଶୁ ସମାଧାନ ନିମନ୍ତେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ରହିଥିବା ଗ୍ରାମ ଗୁଡିକର ରୋଗୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲକୁ ଆଣିବା ପାଇଁ ଥିବା ୧୦୮ ବୋଟ ଆମ୍ବୁଲାନ୍ସର କର୍ମଚାରୀଙ୍କ ରହିବା ନିମନ୍ତେ ତାଙ୍କ ବେସ୍ କେମ୍ପ୍ “କୁନ୍ତୁରୁ ପଦର” ଓ “ଓରା ପଦର” ରେ ଘରଟିଏ ନାହିଁ, ସେମାନେ ଏକ ପରିତ୍ୟକ୍ତ ଘରେ ରହୁଛନ୍ତି। ସେହି ଘରେ ବିଜୁଳିର ବ୍ୟବସ୍ଥା ନାହିଁ। ଗତ ୪ ଜୁନ୍ ୨୦୨୩ ରେ ଏହାର ଟିଣ ଛାତ ମଧ୍ୟ ଉଡିଯାଇଛି। ତେଣୁ ସେଠାର ଛାତ ମରାମତି, ବିଜୁଳି, ବଲ୍ବ୍, ପଙ୍ଖା ପ୍ରଭୃତିର ବ୍ୟବସ୍ଥା କରାଯାଉ। ବର୍ଷା ସମୟରେ ଯାତାୟତ ବେଳେ ରୋଗୀ, ସହଯୋଗୀ ଓ କର୍ମଚାରୀ ସମ୍ପୁର୍ଣ୍ଣ ଭିଜି (ଓଦା) ହୋଇଯାଉଛନ୍ତି। ଫଳରେ ରୋଗୀ ଅଧିକ ଗମ୍ଭିର ହୋଇ ପଡୁଛନ୍ତି। ଏଣୁ ବୋଟ୍ ଟିକୁ ବର୍ଷା ପ୍ରତିରୋଧ କରିବା ସହ କର୍ମଚାରୀଙ୍କୁ ବର୍ଷା ପ୍ରତିରୋଧ ବସ୍ତ୍ର ପ୍ରଦାନ କରାଯାଉ। ଜଳଭଣ୍ଡାରରେ ପବନର ଶୀତଳ ଗତି ବର୍ଷସାରା ସବୁବେଳେ ରହୁଛି। ଶୀତ ଦିନମାନଙ୍କରେ ଶୀତର ପ୍ରକୋପରୁ ରକ୍ଷା ନିମନ୍ତେ ରୋଗୀ ଓ କର୍ମଚାରୀଙ୍କୁ ଶୀତବସ୍ତ୍ର, କମ୍ବଳ (ଅତି କମ୍ରେ ୬ଟି) ଦିଆଯାଉ। ନେଟ୍ୱାର୍କ୍ ସବୁବେଳେ ସମାନ ନଥାଏ ଏଣୁ ୱାର୍ଲେସ୍ କମ୍ୟୁନିକେସନ୍ ର ବ୍ୟବସ୍ଥା କଲେ ଅତ୍ୟାବଶ୍ୟକ ସମୟରେ ସହଜରେ ସମ୍ପର୍କ ସ୍ଥାପନ କରି ରୋଗୀଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇ ପାରିବ। ସିଗନାଲ୍ ର କ୍ଷମତା ବୃଦ୍ଧି କଲେ କୂଳରେ ଥିବା ଗାଁକୁ ଆମ୍ବୁଲାମ୍ସ୍ ପହଞ୍ଚିବା ସୂଚନା ମିଳିପାରିବ ଓ ସମୟର ସ୍ଵଳ୍ପ ବିନିଯୋଗରେ ରୋଗୀଙ୍କୁ ସହଜରେ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ପାରିବ। ବୋଟ୍ ରେ ଥିବା ବ୍ୟାଟେରି ଅନେକ ସମୟରେ ଚାର୍ଜ୍ ରହୁନାହିଁ, ଏଣୁ ସୋଲାର ପେନାଲ୍ ର ବ୍ୟବସ୍ଥା କଲେ ସୂର୍ଯ୍ୟ କିରଣରେ ବ୍ୟାଟେରୀ ଚାର୍ଜ୍ ହେବ ଓ ବୋଟ୍ ଷ୍ଟାର୍ଟ୍ କରିବା ସହ ଚଲାଇବାରେ ସହଜ ହେବ।

ଜଳଭଣ୍ଡାରରେ ଅନେକ ଗଛର ଖୁଣ୍ଟ ପାଣି ଭିତରେ ବୁଡି ରହିଛି, ବୋଟ୍ ଚଳାଇବା ସମୟରେ ପାଣି ଭିତରେ ନଦେଖାଯିବା ଯୋଗୁଁ ବହୁ ସମୟରେ ବୋଟ୍ ଚଳାଚଳରେ ଅସୁବିଧା ହେଉଛି। ଏଣୁ ବୋଟ୍ର ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ରାସ୍ତା ଦେଖାଇବା ନିମନ୍ତେ ବସାଇବାକୁ ପଡୁଛି, ଏଣୁ ବୋଟ୍ ଚାଳକଙ୍କ ସ୍ଥାନ ଓ ଷ୍ଟେରିଂକୁ ଉଚ୍ଚ ସ୍ଥାନରେ ରଖିବା ବ୍ୟବସ୍ଥା କଲେ ବୋଟ୍ ଆମ୍ବୁଲାନ୍ସ୍ ଚଳାଇବାରେ ସହଜତା ହେବ। ଅନେକ ସମୟରେ ଚିତ୍ରକୋଣ୍ଡା ପହଞ୍ଚିବା ବେଳେ ରାତି ହୋଇଯାଉଛି। ସର୍ଚ୍ଚ ଲାଇଟ୍ ବିଶେଷ ଉଜ୍ଵଳ ନଥିବାରୁ ଅନେକ ସମୟରେ ବୋଟ୍ ର ଗତିକୁ ଅତି ଧିର କରିବାକୁ ପଡୁଛି। ଏଣୁ ଉଚ୍ଚ କ୍ଷମତାଯୁକ୍ତ ସର୍ଚ୍ଚ ଲାଇଟ୍ (ଟର୍ଚ୍ଚ) ପ୍ରଦାନ କରାଯାଉ। କୁନ୍ତୁରୁ ପଦରର ସେହି ଅସ୍ଥାୟୀ ଘରଟି ଗତ ୪ ଜୁନ୍ ୨୦୨୩ ରେ ଆଜ୍ବେଷ୍ଟସ ଛାତଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି, ବର୍ତ୍ତମାନ ରୋଗୀଙ୍କ ସୂଚନା ପାଇବା ପରେ ବୋଟ୍ ଆମ୍ବୁଲାନ୍ସ୍ ଚିତ୍ରକୋଣ୍ଡାରୁ ବାହରି ରୋଗୀଙ୍କୁ ଆଣିବାକୁ ଯାଉଅଛି। ଯାହା ଫଳରେ ଏହି ବୋଟ୍ ଆମ୍ବୁଲାନ୍ସ୍ ସେବା ଆହୁରି ବିଳମ୍ବ ହୋଇପଡୁଛି। ଓଡିଶାର ବୋଟ୍ ଆମ୍ବୁଲାନ୍ସ୍ ଚାଲିଥିବା ୪ ଜିଲ୍ଲାରୁ ମାଲକାନଗିରି ଜିଲ୍ଲାରେ ଏହାର ଆବଶ୍ୟକତା ଅନେକ ରହିଛି। ଦୁଇଟି ୧୦୮ ଆମ୍ବୁଲାନ୍ସ୍ ଆମ ଉପାନ୍ତ ଅଞ୍ଚଳର ୧୦ ୨୭ କେନ୍ଦ୍ରରୁ ସହଜରେ ରୋଗୀଙ୍କୁ ଚିତ୍ରକୋଣ୍ଡା ଆଣି ପ୍ରତିବର୍ଷ ହଜାରରୁ ଅଧିକ ରୋଗୀଙ୍କୁ ଆରୋଗ୍ୟତା ଦେବାରେ ସହଯୋଗ କରୁଛି। ୩୭ କେନ୍ଦ୍ରରୁ ସହଜରେ ରୋଗୀଙ୍କୁ ଚିତ୍ରକୋଣ୍ଡା ଆଣି ପ୍ରତିବର୍ଷ ହଜାରରୁ ଅଧିକ ରୋଗୀଙ୍କୁ ଆରୋଗ୍ୟତା ଦେବାସହ ସେମାନଙ୍କ ଅମୁଲ୍ୟ ଜୀବନ ବଞ୍ଚାଇବାରେ ଯେଉଁ ପଦକ୍ଷେପ ୧୦୮ ବୋଟ୍ ଆମ୍ବୁଲାନ୍ସ୍ ଗ୍ରହଣ କରିଛି ତାହ ସବୁବେଳେ ସ୍ଵାଗତଯୋଗ୍ୟ ରହିଛି।

ସେମାନଙ୍କ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ନିମନ୍ତେ ଉପର ଲିଖିତ ଉପକରଣର ଆବଶ୍ୟକତା ପୂରଣକଲେ ଆଉ ଅନେକ ରୋଗୀ ଏହି ସେବାର ଲାଭ ଉଠାଇ ପାଇପାରିବେ। ଏ ବିଷୟରେ ଏକ ସ୍ମାରକ ପତ୍ର ଆଜି ବିଶ୍ଵେଶ୍ଵର ଟୁଡୁ କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଆଦିବାସୀ ଓ ଜଳ ଶକ୍ତି” ଙ୍କୁ ଖଇରପୁଟ ଠାରେ ଦିଆଯାଇଛି। ସେ ଏଥିପ୍ରତି ଅତିଶିଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *