ମାଲପଡା ନାଗରିକ କମିଟିର ମାସିକିଆ ବୈଠକ

Spread the love

ବଲାଙ୍ଗିର : ମାଲପଡା ନାଗରିକ କମିଟିର ମାସିକିଆ ବୈଠକ ମାଲପଡା ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ମାସିକିଆ ବୈଠକରେ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ଵରେ୧୪ ଓ ୧୫ ନଂ. ୱାର୍ଡ ର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରସ୍ତାବମାନ ଆସିଥିଲା ଯଥା ମାଲପଡାର ଅଧିକାଂଶ ରାସ୍ତା କଚ୍ଚା ଥିବାରୁ ପିଚୁ କରିବା ପାଇଁ ପ୍ରସ୍ତାବ କରାଯାଇଥିଲା । ବହୁବାର ଅନୁରୋଧ ସତ୍ବେ ପଦକ୍ଷେପ ନିଆଯାଉନାହିଁ, ମାଲପଡା ସ୍କୁଲ ପ୍ରାୟ ଭାଙ୍ଗି ଗଲାଣି, ପିଲାମାନେ ଅତି ଶୋଚନିୟ ଅବସ୍ଥାରେ ପାଠ ପଡୁଛନ୍ତି, ଏଣୁ ନୂତନ ଗୃହ ପାଇଁ ଅନୁରୋଧ କରାଗଲା, ପିଏଚଡି ର ନିୟମିତ ପିଇବା ପାଣି ଛାଡିବାକୁ ଅନୁରୋଧ ସତ୍ବେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଣୁ ସମୟବର୍ତ୍ତୀ ଅନୁସାରେ ପାଣି ଦିଆଯାଉ, ମ୍ୟୁନିସିପାଲିଟି ପକ୍କା ଡ୍ରେନ ନ କରିବାରୁ ବଳକା ପାଣି ରାସ୍ତା ଉପରକୁ ଚାଲି ଆସୁଛି । ଏଣୁ ପଦକ୍ଷେପ ନେବାକୁ ମ୍ୟୁନିସିପାଲିଟିକୁ ଅନୁରୋଧ କରାଗଲା। ପଡାର ସର୍ବାଙ୍ଗିନ ଉନ୍ନତି ପାଇଁ ୱାର୍ଡ ପାଇଁ ଏକ ସଭାଗୃହ ତିଆରି ପାଇଁ ମ୍ୟୁନିସିପାଲିଟିକୁ ଅନୁରୋଧ କରାଯାଇଥିଲା ।

ଏହି ବୈଠକରେ ଗୋପବନ୍ଧୁ ପୁରୋହିତ, ଶ୍ୟାମ ସୁନ୍ଦର ଆଚାଯ୍ୟ, ତରୁଣ କୁମାର ମିଶ୍ର, ଆକୁଳ ବେହେରା, ଛବିଲାଲ ବେହେରା, ଦିବାକର ହୋତା, ଅଶୋକ କୁମାର ଚାନ୍ଦ, ଦେବଜିତ ଯୋଷୀ, ବାସୁଦେବ ନାଗ ଯୋଗଦାନ କରି ମନ୍ତବ୍ୟ ପ୍ରତିପାଦାନ କରିଥିଲେ । ଶେଷରେ ସଭାପତି ସମସ୍ତ ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *