ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ

Spread the love

ମାଲକାନଗିରି : ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଗତକାଲି ମୋଟର ସାଇକେଲ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡି ଚାଳକ ଆହତ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଗମ୍ଫା କୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୨୩ନମ୍ବର ଗ୍ରାମ ନିକଟ ଜାତୀୟ ରାଜପଥରେ ।ମୃତକ ଜଣକ ହେଲେ ଏମପି ଭି ୨୩ ଗ୍ରାମର ସୁପଦ ସରକାର ।

ଏମପି ଭି ୨୩ ଗ୍ରାମର ସୁପଦ ସରକାର (ପାଗଲ ସରକାର) ଗାଧୋଇବାକୁ ନିକଟସ୍ଥ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ଗ୍ରାମର ପୋଖରୀକୁ ଯାଉଥିଲେ । ସେ ଗାଧୋଇ ଘରକୁ ଫରୁଥିବା ବେଳେ ହଠାତ ଦ୍ରୁତ ଗତିରେ ଏକ ବାଇକ ପଛ ଆଡୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବୃଦ୍ଧ ଜଣଙ୍କ ରାସ୍ତାରେ ଛିଟିକି ପଡି ଯାଇଥିଲେ । ଲୋକମାନେ ଏହା ଦେଖି ପାରି ସଙ୍ଗେ ସଙ୍ଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହସ୍ପିଟାଲରେ ଉପସ୍ଥିତ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । କାଲିମେଳା ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ମୋଟର ସାଇକେଲ ଜବତ କରି ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ଗୃହକୁ ପଠାଇଛି । ମୋଟର ସାଇକଲ ଦୁର୍ଘଟଣା ଘଟାଇ ଥିବା ବ୍ୟକ୍ତି ଜଣଙ୍କ ଏମଭି ୭୯ଥାନା ଅନ୍ତର୍ଗତ ଏମଭି ୧୨୫ଗ୍ରାମର ବୋଲି ଜଣା ଯାଇଛି । ସେ ନିଜେ ପଡି ଗୁରୁତର ଆହତ ହୋଇଥିଲା ବେଳେ ତାଙ୍କ ପତ୍ନୀ ଏବଂ ସନ୍ତାନ ସାମାନ୍ୟ ଆହତ ହୋଇଛନ୍ତି । ବାଇକ ଚାଳକଙ୍କୁ କାଲିମେଳା ଅଣାଯାଇଥିଲା କିନ୍ତୁ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ ସୂଚନାରୁ ଜଣା ଯାଇଛି ।

Leave a Reply

Your email address will not be published. Required fields are marked *