ମାଥିଲି ପଞ୍ଚାୟତ ପରିସରରେ ନିଆରା ଢଙ୍ଗରେ ରଜ ପାଳିତ

Spread the love

ମାଲକାନଗିରି : ମାଥିଲି ବ୍ଲକର ମାଥିଲି ଗ୍ରାମପଞ୍ଚାୟତ ପରିସରରେ ଏକ ନିଆରା ଢଙ୍ଗରେ ରଜ ପାଳନ ହେଉଛି । ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଭତ୍ତା ଟଙ୍କା ବଣ୍ଟନ କରାଯାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧବୃଦ୍ଧାମାନେ ଆସିଥିଲେ । ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ନେବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହରଣା ସେମାନଙ୍କୁ ପୋଡପିଠା ଓ ପାନ ଖୁଆଇଛନ୍ତି । ଏଥିସହ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଦୋଳିରେ ବସାଇ ରଜ ଉତ୍ସବକୁ ପାଳନ କରିଛନ୍ତି । ଭତ୍ତା ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ବେଶ୍ ଖୁସିରେ ରଜ ପର୍ବକୁ ପାଳନ କରିଛନ୍ତି । ଏଥିରେ ସରପଞ୍ଚ କାନାମରାଜୁ ନାୟକ ଓ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଓ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *