Malkangiri

ଶିଶୁଯତ୍ନ ଗୃହ ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର

ମାଲକାନଗିରି : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ମାଲକାନଗିରି ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାରେ ଥିବା ତିନୋଟି ଶିଶୁଯତ୍ନ ଗୃହ ଅନ୍ତେବାସୀ ଓ କର୍ମଚାରି ମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର -୨୦୨୩ର ଶୁଭ ଉଦଘାଟନ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁରାଧା ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, କିଶୋର ନ୍ୟାୟ ବୋର୍ଡ ର ସମ୍ମାନନୀୟ ସଦସ୍ୟ ସନ୍ତୋଷ କୁମାର ଦାସ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ମନୋଜ କୁମାର ସାହୁ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ମନସ୍ଵୀ ସେଠୀ ଯୋଗଦାନ କରିଥିଲେ। ଏହି ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ବରେଣ୍ୟ ଅତିଥି ମାନଙ୍କୁ ଆନୁଷ୍ଠାନିକ ଭାବେ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା ଏବଂ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଉତ୍ସବର ଉଦଘାଟନ ହୋଇଥିଲା।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଉକ୍ତ ଗ୍ରୀଷ୍ମକାଳୀନ ଶିବିର ୩୧.୦୫.୨୦୨୩ ରୁ ଆରମ୍ଭ ହୋଇ ୦୪.୦୬.୨୦୨୩ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବାର ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ଏହି ଗ୍ରୀଷ୍ମକାଳୀନ ଶିବିରରେ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ପରିବର୍ତ୍ତନ ଶିଶୁଗୃହ ମାଲକାନଗିରି, ନୀଳାଚଳ ଆଦିବାସୀ ସେବାଶ୍ରମ କୋରୁକୋଣ୍ଡା, ଜୟ ଶିଶୁଗୃହ ଖଇରପୁଟର ୧୬୦ ଜଣ ଅନ୍ତେବାସୀ ଓ ସମସ୍ତ କର୍ମଚାରି ଯୋଗଦାନ କରିଅଛନ୍ତି। ଏହି ଶିବିର ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଓ ସେମାନଙ୍କ ମଧ୍ୟରେ ଥିବା ସମ୍ଭାବନାର ବିକାଶ ପାଇଁ ଉଦ୍ୟମ କରାଯାଇଛି। ପ୍ରତ୍ୟକ ଶିଶୁ ଅନ୍ୟର ଆଗ୍ରହ ଓ ଦକ୍ଷତାକୁ ଆଧାର କରି ସେମାନଙ୍କୁ ଆତ୍ମସୁରକ୍ଷାର କୌଶଳ, କଠିନ ପରିସ୍ଥିତିର ମୁକାବିଲା, ସ୍ବଚ୍ଛ ଓ ସୁସ୍ଥ ରହିବାର କୌଶଳ, ଯୋଗ ଓ ଧ୍ୟାନର ପ୍ରଶିକ୍ଷଣ, ସଙ୍ଗୀତ, ନୃତ୍ୟ, ଅଭିନୟ ପ୍ରଶିକ୍ଷଣ, ତୀର ଚାଳନା ଓ ଶିଶୁ ଅଧିକାର ସମ୍ବନ୍ଧୀୟ ଆଇନ ଉପରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

Related Articles

Leave a Reply

Your email address will not be published.

Back to top button