ସ୍ଵାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଜିଲ୍ଲା ଶାଖାର ଇ-ପାଠଚକ୍ର ଅନୁଷ୍ଠିତ

Spread the love

ମାଲକାନଗିରି : ସ୍ଵାମୀ ବିବେକାନନ୍ଦ ଲୋକସଂସଦ ଜିଲ୍ଲା ଶାଖା ଆନୁକୁଲ୍ୟରେ ଗତକାଲି ଦ୍ଵିବିଂଶତମ ଇ- ପାଠଚକ୍ର ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ ଶୀର୍ଷକ ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି, ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ସ୍ଵାମୀ ବିବେକାନନ୍ଦ ଲୋକସଂସଦ ମାଲକାନଗିରି ଶାଖାର ସଭାପତି ଡଃ. ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ଵ କରିଥିବା ବେଳେ ସଂସଦର ଆଜୀବନ ସଦସ୍ୟା ପ୍ରଧାନଶିକ୍ଷୟିତ୍ରୀ ସାଧନା ମଣ୍ଡଳ ସଂଯୋଜନା, ଆଜୀବନ ସଦସ୍ୟା ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆଭାରାଣୀ ବିଶ୍ଵାଳ ମନ୍ତ୍ରପାଠ, ଆଜୀବନ ସଦସ୍ୟା ଶିକ୍ଷୟିତ୍ରୀ ପ୍ରତିମା ନାୟକ ବିବେକ ବାଣୀ ପଠନ, ଅଙ୍ଗୁର ବାଳା ସ୍ଵାଇଁ ଶାନ୍ତି ପାଠ କରିଥିବା ବେଳେ ପ୍ରଧାନଶିକ୍ଷକ ତଥା ସଦସ୍ୟ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲାର ଗୋପୀନାଥ ବିଦ୍ୟାପୀଠର ସୁନାମଧନ୍ୟ ପ୍ରଧାନଶିକ୍ଷକ ଲୋକନାଥ ମିଶ୍ର ଯୋଗଦାନ କରି ହିନ୍ଦୁଧର୍ମର ମହାନ୍ ପ୍ରବକ୍ତା, କର୍ମବୀର, ଯୁବ ସମାଜର ପଥପ୍ରଦର୍ଶିକ ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ ନୀତି ଆଦର୍ଶ ସଂପର୍କରେ ଆଲୋଚନା କରିବା ସହ ଚିକାଗୋ ଧର୍ମ ସମ୍ମିଳନୀରେ ହିନ୍ଦୁ ଧର୍ମର ମୌଳିକ ତତ୍ତ୍ଵକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରି ଭାରତ ପ୍ରତି ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିପାରିଥିଲେ ସେ ବିଷୟରେ ଆଲୋଚନା କରିଥିଲେ। ପରିଶେଷରେ ଜିଜ୍ଞାସୁ ମାନଙ୍କର ପ୍ରଶ୍ନ ଗୁଡ଼ିକର ସମୁଚିତ ଉତ୍ତର ବକ୍ତା ଶ୍ରୀ ମିଶ୍ର ପ୍ରଦାନ କରିବାପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ସମଗ୍ର ରାଜ୍ୟରୁ ଅନେକ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ମାସର ଚାରି ତାରିଖ ସଂଧ୍ୟା ୭ଟା ଠାରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଆଧାରିତ କାର୍ଯ୍ୟକ୍ରମ ସ୍ଵାମୀ ବିବେକାନନ୍ଦ ଲୋକସଂସଦ ମାଲକନଗିରି ଶାଖା ଦ୍ଵାରା ଆୟୋଜିତ ହୋଇଥାଏ ।

Leave a Reply

Your email address will not be published. Required fields are marked *