Malkangiri

ତପୋଭୂମି ଟ୍ରଷ୍ଟ ପକ୍ଷରୁ ଦିଶାରୀଙ୍କୁ ତାଲିମ ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମକୁ ରାସ୍ତାଘାଟ ନାହିଁ । ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିପାରୁନି । ସେହିପରି ସଚେତନତା ଅଭାବରୁ ଡାକ୍ତରଖାନା ଯିବା ବଦଳରେ ଆଦିବାସୀ ରୋଗୀ ଦିଶାରୀଙ୍କ ନିକଟକୁ ଯାଉଛନ୍ତି । ବିନା ସ୍ବାସ୍ଥ୍ୟ ପରୀକ୍ଷାରେ ଦିଶାରୀ ଔଷଧ ଦେବା ଫଳରେ କିଛି ରୋଗୀ ସୁସ୍ଥ ହେଉଛନ୍ତି, କିଛି ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ତେଣୁ, ଆଜି ଏଠାରେ ଆୟୋଜିତ ଏକ ସମ୍ମିଳନୀରେ ଦିଶାରୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି।

ତପୋଭୂମି ଟ୍ରଷ୍ଟ ପକ୍ଷରୁ ଚମ୍ପାଖାରୀ ସ୍ଥିତ ଧନ୍ବନ୍ତରୀ ଔଷଧୀୟ ଉଦ୍ୟାନ ଠାରେ ଦିଶାରୀଙ୍କ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ମାଲକାନଗିରି ସିଡିଏମଓ ଡା. ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦେଇ ରୋଗୀର ରକ୍ତ ପରୀକ୍ଷା କରି ରୋଗ ନିରୂପଣ ପରେ ଔଷଧ ଦେବା ଜରୁରୀ ବୋଲି କହିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀ ଯୋଗଦେଇ ଦିଶାରୀ କେଉଁ ଔଷଧୀୟ ବୃକ୍ଷ ବ୍ୟବହାର କରୁଛନ୍ତି, ସେହି ବିଷୟରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜିତ ଷଡ଼ଙ୍ଗୀ, ସ୍ମୃତିଶେଖର ସାହୁ ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଥାଟୋଇଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାମୀ ଜୟଦେବ ଭାରତୀ, ଚିନ୍ମୟ ବୋଡେ, ଭଗତ ଦୋରା, ଉପଦେଷ୍ଟା ରାମଚନ୍ଦ୍ର ଦୁରୁକାଙ୍କ ସମେତ ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକ୍ର ୧୨୫ରୁ ଅଧିକ ଦିଶାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button