ତେଲରାଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ର ଛାତରୁ ଗଳୁଛି ପାଣି, ଜରି ଟାଙ୍ଗି ବସୁଛନ୍ତି ସିଏଚଓ

Spread the love

ମାଲକାନଗିରି : ଗତ ଏକ ସପ୍ତାହ ଧରି ମାଲକାନଗିରି ଜିଲ୍ଲା ରେ ଲଗାଣ ବର୍ଷା ଜାରି ରହିଛି । ଫଳରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ପାଞ୍ଚ କି.ମି ଦୂରରେ ତେଲରାଇ ପଞ୍ଚାୟତ ସଦର ମହକୁମା ରେ ନିର୍ମିତ ହୋଇଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଏପରିକି ସମ୍ପୂର୍ଣ ଗୃହର କାନ୍ଥ ବର୍ଷା ପାଣିରେ ଭିଜି ରହିଛି, ଛାତରୁ ପାଣି ପଡି ଔଷଧ ଓ ଆବଶ୍ୟକୀୟ ଜିନିଷ ପତ୍ର ନଷ୍ଟ ହୋଇଯିବା ଆଶଙ୍କା କରି ସିଏଚଓ ଭିତରେ ଜରି ଟାଙ୍ଗି ବସୁଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଣି ପଡି ତଳେ ଭାସୁଥିବାରୁ ରୋଗୀମାନେ ଆସିବାକୁ କୁଣ୍ଠାବୋଧ କରୁଛନ୍ତି । ପ୍ରକାଶ ଥାଉକି ଗତବର୍ଷ ଉକ୍ତ କେନ୍ଦ୍ରର ମରାମତି ଓ ପ୍ରାଚୀର ନିର୍ମାଣ କରାଯାଇଥିଲା, ସେ ସମୟରେ ଉକ୍ତ କାମ ନିମ୍ନମାନର କରାଯାଉ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିଶନର କାଲିମେଳା ଏରିଆ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀମତି ନାୟକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ୧୭ /୧୮ ମସିହା ରେ ଛାତ ଉପରେ ପିଚୁ ଚାଦର ପକାଯାଇଥିଲା ଯାହାର ସ୍ଥାୟିତ୍ୱ ୫ ବର୍ଷ ଥିଲା । ଏବର୍ଷ ପ୍ରବଳ ଖରା ଯୋଗୁଁ ଚାଦର ଫାଟି ଯାଇଥିବ ସେଥିପାଇଁ ପାଣି ଗଳୁଥିବ, ମୁଁ ଆସନ୍ତା କାଲି ଗଲେ ଦେଖି ମରାମତି ପାଇଁ ପଦକ୍ଷେପ ନେବି ।

Leave a Reply

Your email address will not be published. Required fields are marked *