କୂଅ ଖୋଳିବା ସମୟରେ ଅଣନିଶ୍ଵାସୀ ହୋଇ ତିନି ଗୁରୁତର

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜୋଡାମ୍ବ ପଞ୍ଚାୟତ ମୋଜାଗୁଡା ଗ୍ରାମରେ ଆଜି କୂଅ ଖୋଳିବା ସମୟରେ ଅଣ ନିଶ୍ଵାସୀ ହୋଇ ତିନି ଜଣ ବ୍ୟକ୍ତି ଅଚେତ ଅବସ୍ଥାରେ ପଡି ରହିଥିଲେ। ଏହା ଦେଖି ଗ୍ରାମବାସୀ ଓ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ଟାଙ୍ଗୁଳ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ଵରୀ ଖିଲ, ବଡ଼ପଡାର ସରପଞ୍ଚ ନିଲୁ ଖିଲ, ଜୋଡାମ୍ବ ର ସରପଞ୍ଚ ପିଙ୍କି ଖିଲ, ପାପରମେଟଲା ନାଏବ ସରପଞ୍ଚ ମୋନି ଖିଲ, ବଡ଼ପଡା ସମିତି ସଭ୍ୟ ଚକ୍ରଧର ଖିଲ ସେମାନଙ୍କୁ ଉଦ୍ଧାର କରି ଜୋଡାମ୍ବ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ନେଇ ଚିକିତ୍ସା କରାଇବା ସହିତ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *