ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ୩ଟି ଦାବୀ ସମ୍ପର୍କ ରେ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ସାଂସଦ

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାରେ ମାସିକ ଘନ ଘନ ଗ୍ରସ୍ତ କରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଜନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିଛନ୍ତି । ମାଲକାନଗିରି ଜିଲ୍ଲାର ଜନ ସାଧାରଣଙ୍କ ଦାବି ଅନୁଯାୟୀ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ତିନୋଟି ଚିଠି ମାଧ୍ୟମରେ ଚିତ୍ରକୋଣ୍ଡା ବସ ଷ୍ଟାଣ୍ଡ ନିକଟରେ ନୂତନ ଆହାର କେନ୍ଦ୍ର ନିର୍ମାଣ, ମାଲକାନଗିରି ସଦର ବ୍ଲକ ପଦ୍ମଗିରି ସର୍ବ ପୁରାତନ ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ କୁ +୨ ଉଚ୍ଚଶିକ୍ଷା ରେ ଅପଗ୍ରେଡେଶନ୍ କବିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ବେଳେ ଓଡିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କୁ ମାଲକାନଗିରି ବ୍ଲକ ପଦ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାଲିମେଳା ବ୍ଲକ ଏମ୍ ଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅପ ଗ୍ରେଡେସନ୍ କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *