ଓଡ଼ିଶାରାଜନୀତି

ମନମୋହନ ବିଜେପିର ନୂଆ ସଭାପତି

() ରାଜ୍ୟ ବିଜେପିକୁ ମିଳିଲା ନୂଆ ସଭାପତି। ମନମୋହନ ସାମଲଙ୍କୁ  ରାଜ୍ୟ ବିଜେପିର ନୂତନ ସଭାପତି ଭାବେ ମିଳିଲା ନିଯୁକ୍ତି ।  ବିଜେପି ଜାତୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ତେବେ ଆସନ୍ତା ନିର୍ବାଚନର ଦାୟିତ୍ବ ସମୀର ମହାନ୍ତିଙ୍କ କାନ୍ଧରେ ରହିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ବିଜେପି ଉପରେ ଲୋକଙ୍କର ଭରସା ରହିଛି । 2024 ନିର୍ବାଚନରେ ଦଳ ପାଇଁ ସାଧାରଣ ଲୋକ ଲଢିବେ ବୋଲି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ  ବିଜେପିର ବଡ ପରିବର୍ତ୍ତନ । ବଦଳିଲେ ରାଜ୍ୟ ବିଜେପି ସଭାପତି । ରାଜ୍ୟ ବିଜେପି ସଭାପତି ହେଲେ ବରିଷ୍ଠ ନେତା ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ । ସମୀର ମହାନ୍ତିଙ୍କ କାନ୍ଧରେ ନିର୍ବାଚନ ଭାର ରହିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ନିଯୁକ୍ତ କରିଛନ୍ତି । ମନମୋହନଙ୍କ ନେତୃତ୍ବରେ ଦଳ ନିର୍ବାଚନ ବୈତରଣୀ ପାର କରିବାର ଆଶା ରଖିଛି । ତେବେ ବିଜେପି ଉପରେ ଲୋକଙ୍କର ଭରସା ରହିଛି । 2024 ନିର୍ବାଚନରେ ଦଳ ପାଇଁ ସାଧାରଣ ଲୋକ ଲଢିବେ ବୋଲି ମନମୋହନ ସାମଲ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ମନମୋହନଙ୍କୁ ଦାୟିତ୍ବ ମିଳିବା ପରେ ତାଙ୍କ ସମର୍ଥକ ମାନେ ତାଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି ।

ସଂଗଠନକୁ ସୁଦୃଢ କରି ଓଡ଼ିଶାରେ ବିକଳ୍ପର ସ୍ଥାନ ନେବ । ଅନ୍ୟପଟେ ନୂତନ ଭାବେ ଚୟନ ହୋଇଥିବା ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ବିଦାୟୀ ସଭାପତି ସମୀର ମହାନ୍ତି । ଏହାସହ ଓଡିଶା ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ ସମୀର । ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ବୋଲି କହିଛନ୍ତି ସମୀର ମହାନ୍ତି । ତେବେ ଗତ ୨୦୨୦ ଜାନୁଆରୀ ୧୭ରୁ ୨୩ ମାର୍ଚ୍ଚ  ୨୦୨୩ ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଥିଲେ ସମୀର ମହାନ୍ତି ।

ସେପଟେ ମନମୋହନଙ୍କୁ ସଭାପତି ଦାୟିତ୍ବ ମିଳିବା ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ମନମୋହନ ସାମଲ, ସମୀର ମହାନ୍ତି କି ଧର୍ମେନ୍ଦ୍ର ପ୍ରଧାନ ଆସିଲେ ମଧ୍ୟ କିଛି ଫରକ ପଡିବ ନାହିଁ ବୋଲି ଦମ୍ଭୋକ୍ତିର ସହକାରେ କହିଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ। ସେହିପରି କଂଗ୍ରେସ କହିଛି ଏହା ଭାରତୀୟ ଜନତା ପାର୍ଟିର ଆଭ୍ୟନ୍ତରୀଣ ନିଷ୍ପତି । ଏଥିରେ ଓଡିଶାବାସୀଙ୍କୁ କୌଣସି ଫରକ ପଡିବ ନାହିଁ । କାରଣ ରାଜ୍ୟବାସୀ ବିଜେପି ଠାରୁ ମୁହଁ ଫେରାଇ ସାରିଛନ୍ତି ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

ମନମୋହନ ସାମଲ ପୂର୍ବରୁ ମଧ୍ୟ ଦୁଇଥର ରାଜ୍ୟ ବିଜେପି ସଭାପତି ଦାୟିତ୍ବରେ ରହିଥିଲେ । 2004 ବିଧାନସଭା ନିର୍ବାଚନରେ ଧାମନଗରରୁ ନିର୍ବାଚିତ ହୋଇଥିଲେ ମନମୋହନ । ତେବେ ୨୦୦୪ରୁ ୨୦୦୯ ଯାଏଁ ବିଧାୟକ ଥିବା ମନମୋହନ ମେଣ୍ଟ ସରକାର ସମୟରେ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜସ୍ବ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ଭଦ୍ରକରୁ ଶାନ୍ତନୁ ପଣ୍ଡାଙ୍କ ସହ ଭୁବନେଶ୍ବରରୁ ନବକିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button