ଓଡ଼ିଶା

ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ରାସନ କେଳେଙ୍କାରୀ

ପଟାମୁଣ୍ଡେଇ: ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଦେଖାଦେଇଛି ରାସନ କେଳେଙ୍କାରୀ। ଦୀର୍ଘ ମାସ ହେବ ଏହି ଘଟଣାକୁ ନେଇ ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲେବି କୌଣସି ସୁଫଳ ମିଳିନି । ଯେଉଁଥିପାଇଁ ଅସନ୍ତୋଷ ହିତାଧିକାରୀ ।

ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଦେଖାଦେଇଛି ରାସନ କେଳେଙ୍କାରୀ। ଜୁଲାଇ ମାସରୁ ମିଳୁନି ରାସନ ସାମଗ୍ରୀ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଚାଂୟତ କଥା । ପଚାଂୟତରେ ରିଟେଲର ଥିବା ବିଣାକର ରାଉତ ଗତ ଜୁଲାଇ ମାସଠାରୁ ରାସନ ଓ ରିଲିଫ୍ ଚାଉଳ ଦେଇନଥିବା ହିତାଧିକାରୀଙ୍କ ଅଭିଯୋଗ । ଏପରିକି ଅନେକ ହିତାଧିକାରୀ ରାସନ କାର୍ଡ ନେଇ ସାମଗ୍ରୀ ପାଇଁ ଯାଇଥିବା ବେଳେ ରାସନ ସାମଗ୍ରୀ ନଦେଇ ଆଜି କାଲି କହି ଦିନ ଗଡାଉଛନ୍ତି ଡିଲର। ଯେଉଁଥିପାଇଁ ହିତାଧିକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  

ତେବେ ରାସନ ସମସ୍ୟା ନେଇ ବ୍ଲକ ଯୋଗାଣ ଅଧିକାରୀ ଓ ଅତିରିକ୍ତ ବିଡିଓଙ୍କୁ   ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏହାକୁ ବିରୋଧ କରି ସାତଭାୟା ପଂଚାୟତବାସୀ ବ୍ଲକ ସମ୍ମୁଖରେ ଅନଶନରେ ବସିଥିବାବେଳେ ସାତଭାୟା ବାସୀଙ୍କୁ ୭ ଦିନ ମଧ୍ୟରେ ରାସନ ଦେବାକୁ କେନ୍ଦ୍ରାପଡ଼ା ଯୋଗାଣ ଅଧିକାରୀ। ପ୍ରତିଶୃତି ଦେବା ପରେ ଅନଶନରୁ ଉଠିଥିଲେ ଆନ୍ଦୋଳନକାରୀ। ତେବେ କେବେ ସେମାନଙ୍କୁ ରାସନ ସାମଗ୍ରୀ ମିଳୁଛି ଦେଖିବାକୁ ବାକି ରହିଲା ।

ଉମାକାନ୍ତ ତ୍ରୀପାଠୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button