ଓଡ଼ିଶା

ଶେଷ ହେଲା  ମାଟ୍ରିକ ସମେଟିଭ୍-2

() ଶେଷ ହୋଇଛି ମାଟ୍ରିକ ସମେଟିଭ୍-2। ଶେଷ ଦିନରେ ଆଜି ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ 15 ମିନିଟ୍ ଦିଆଯାଇଥିଲା । ପରୀକ୍ଷା ପରେ ବେଶ ଖୁସିରେ ପିଲାମାନେ ହଲରୁ ବାହାରିଥିଲେ। ଅନ୍ୟ ପକ୍ଷରେ ପରୀକ୍ଷା ଭଲରେ ସରିଛି ଏବଂ ଏପ୍ରିଲ 3 ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦେଇଛନ୍ତି ସଭାପତି ।

ଶେଷ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମେଟିଭ୍-2 ପରୀକ୍ଷା। ଏଥର ରାଜ୍ୟର 3218 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 20 ହଜାରରୁ ଅଧିକ  ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।   ସମେଟିଭ୍-2, ମଧ୍ୟମା ଏବଂ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏହା ସାଙ୍ଗ ରେ ଶେଷ ହୋଇଛି। ପୂର୍ବ ପରୀକ୍ଷା ଗୁଡିକ ଦୁଇ ଘଣ୍ଟା ଅବଧୀର ହୋଇଥିବା ବେଳେ ଶେଷ ଦିନରେ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ 15 ମିନିଟ୍ ଦିଆଯାଇଥିଲା ।  ପରୀକ୍ଷା ସରିବା ପରେ ସାଙ୍ଗ ମାନଙ୍କ ସହିତ ଖୁସି ମନେଇଥିଲେ ପରୀକ୍ଷାର୍ଥୀ । ପରୀକ୍ଷା ଭଲ ହୋଇଛି ଏବଂ ଫଳାଫଳ ଭଲ ହେବ ବୋଲି ଆଶା ରଖିଥିବା କହିଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ବ୍ୟାପକ ବ୍ୟବସ୍ଥା ସତ୍ବେ ବି ଯେମିତି ବୋର୍ଡ଼ ର ପିଛା ଛାଡ଼ୁନି ବଦନାମୀ । ପ୍ରଶ୍ନପତ୍ର ଭୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପରୀକ୍ଷା ସରିବା ପରେ ଆସନ୍ତା ଏପ୍ରିଲ 3 ତାରିଖରୁ ରାଜ୍ୟ ର 56ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ ହେବ। 12 ଦିନ ଧରି ଖାତା ମୂଲ୍ୟାୟନ ଚାଲିବ। ଏହା ପରେ 45 ଦିନ ମଧ୍ୟରେ  ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସଭାପତି ଦେଇଛନ୍ତି ସୂଚନା । ତେବେ ପ୍ରଶ୍ନପତ୍ର ବିଭ୍ରାଟ ଏକ ଛୋଟ ପ୍ରିଣ୍ଟ ମିଷ୍ଟେକ ବୋଲି କହିଛନ୍ତି ବୋର୍ଡ ସମ୍ପାଦକ।

ତେବେ ସମସ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳା ସହିତ ସରିଥିବାର କହିଛି ବୋର୍ଡ ।

ଦୀପ୍ତିରଞ୍ଜନ ଶତ୍ପଥୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button