ଭୁବନେଶ୍ୱରରେ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମେୟର

Spread the love

ଭୁବନେଶ୍ୱର : ଆଜି ସକାଳେ ଭୁବନେଶ୍ୱରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରରର ଏଜି ଛକ ଠାରୁ ଆରମ୍ଭ କରି ରାଜଭବନ ପର୍ଯନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସହ ହେଲଥ କ୍ଲିନିଂ ଅଫିସର ଏବଂ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ମେୟର ସୁଲୋଚନା ଦାସ କହିଛନ୍ତି ଯେ ଭୁବନେଶ୍ୱର ସହର ହେଉଛି ରାଜଧାନୀ ବାସିନ୍ଦାଙ୍କର । ତେଣୁ କେମିତି ଆମ ସହରକୁ ଆମେ ସ୍ଵଛ ସୁନ୍ଦର ଓ ପରିଷ୍କାର ରଖିବା ଏନେଇ ସମସ୍ତଙ୍କର ଦାୟିତ୍ୱ ରହିଛି ।

Leave a Reply

Your email address will not be published. Required fields are marked *