କଟକ: ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ରୋଗୀଙ୍କୁ ଅଟୋ ଭିତରେ କରାଗଲା ଚିକିତ୍ସା । କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ନିଆଳି ପୂର୍ବଖଣ୍ଡ ବସ୍ତିର ଶେଖ ସାଜିଦ ତାଙ୍କ ବାପାଙ୍କ ଚିକିତ୍ସା ନିମନ୍ତେ ସୋମବାର ରାତିରେ ନିଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। କେନ୍ଦ୍ରରେ ମାତ୍ର ଦୁଇଟି ବେଡ୍ ଥିବାରୁ ତାଙ୍କୁ ଅଟୋ ଭିତରେ ମୋବାଇଲ ଲାଇଟ୍ ରେ ଇଂଜେକ୍ସନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ବରେ ଥିବା ଡାକ୍ତର ଓ ନର୍ସ।
ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆଗକୁ ଏପରି ନ କରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now