ଓଡ଼ିଶା

କହିଲେ ମନ୍ତ୍ରୀ, ପ୍ରକଳ୍ପ ବନ୍ଦ କରିବାକୁ ଯାଉ ଗଣମାଧ୍ୟମ

ତିଶଗଡ଼ ପକ୍ଷରୁ ଭଭୟ ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଚିନ୍ତା ବଢାଉଛି। ଉଦନ୍ତୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ହେଲେ ନୂଆପଡ଼ା ଏବଂ କଳାହଣ୍ଡି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବ। ଏହାସହ ତେଲ ନଦୀର ଜଳ ସ୍ତର ବେଶ ପ୍ରଭାବିତ ହେବ। ତେବେ ଏହି ପ୍ରସଙ୍ଗରେ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସଙ୍କୁ ଗଣାମାଧ୍ୟମ ପ୍ରତିନିଧି ଛତିଶଗଡ଼ର ବ୍ୟାରେଜ ନିର୍ମାଣ ବନ୍ଦ କରିବା କଥା ପଚାରିବାରୁ କହିଲେ, ପ୍ରକଳ୍ପ ବନ୍ଦ କରିବାକୁ ଯାଉ ଗଣମାଧ୍ୟମ । ଛତିଶଗଡ଼ ନିଜର କାର୍ଯ୍ୟ କରୁଛି ସେଥିରେ ଅସୁବିଧା କଣ । ଆମେ ଟ୍ରିବୁନାଲ ରେ ଅଛୁ । ସେ ନେଇ ଆଉ କଣ କରିବା ବୋଲି କହିଛନ୍ତି ମନ୍ତ୍ରୀ। ଏହାସହ କହିଛନ୍ତି ଏହି କାର୍ଯ୍ୟ ଆମ ରାଜ୍ୟ ବାହାରେ ହେଉଛି । ଆମେ କିଛି ପଦକ୍ଷେପ ନେଇ ପାରିବୁ ନାହିଁ ।

Leave a Reply

Your email address will not be published.

Back to top button