ଓଡ଼ିଶା

ଜିଲ୍ଲା ପରିଷଦ ବୈଠକରେ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ

() ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ। ସରକାରଙ୍କ ଯୋଜନାକୁ ଜିଲ୍ଲାପାଳ ମୋଡିମକଚି ଦେଉଥିବା ଅଭିଯୋଗ ଆଣିଲେ ବିଧାୟକ । ଜନପ୍ରତିନିଧିଙ୍କୁ ନ ପଚାରି ମନଇଛା ଜିଲ୍ଲାପାଳ କାମ କରୁଥିବା ଅଭିଯୋଗ ଆଣିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଟୁକୁନି ସାହୁ । ନିୟମିତ ବୈଠକ ନବସିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି ବୋଲି ସ୍ୱୀକାର କରିବା ସହ ଆପୋଷ ବୁଝାମଣାରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ । ଯୁକ୍ତିତର୍କ ଏଭଳି ହେଲା ଯେ ଅଭାବନୀୟ ସ୍ଥିତି ଦେଖିଲେ ଅଞ୍ଚଳବାସୀ । ସେ ପ୍ରଶାସନିକ ଅଧିକାରୀ ନୁହଁନ୍ତି ବରଂ ବିଜେଡିର ଏଜେଣ୍ଟ! ଜନପ୍ରତିନିଧିଙ୍କୁ ବେଖାତିର କରୁଛନ୍ତି । ମନଇଛା ସରକାରୀ ଯୋଜନାର ନିତିନିୟମକୁ ମୋଡିମକଚି ଦେଉଛନ୍ତି। ବିଜୁ କେବିକେ ଯୋଜନାର ଅର୍ଥ ରାଶି କୁ ବେପରୁଆ ଭାବରେ ଖର୍ଚ୍ଚ କରୁଛନ୍ତି ।  ଗୋଟିଏ ସ୍କିମ ର ଅର୍ଥକୁ ଅନ୍ୟଆଡେ ଡାଇଭର୍ଟ କରୁଛନ୍ତି । ଏଭଳି ଢଙ୍ଗରେ ଜିଲ୍ଲପାଳଙ୍କ ଉପରେ ଅଭିଯୋଗ ଆଣି ବର୍ଷିଛନ୍ତି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା।  ଖାଲି  ସେତିକି ନୁହେଁ ବଲାଙ୍ଗୀର ଜିଲ୍ଲାରେ ଯେତେ ସବୁ ସରକାରୀ ଯୋଜନା ଚାଲିଛି ତାହା ଜିଲ୍ଲାପାଳଙ୍କ ଇଚ୍ଛାରେ ଚାଲିଛି । ସବୁ ଯୋଜନା ହରିଲୁଟ ହେଉଛି, ଅନୁଦାନ ଦେବାରେ ପାତରଅନ୍ତର ରହୁଛି । 5 ଟି ରେ ରୂପାନ୍ତରିତ ସ୍କୁଲ ଗୁଡ଼ିକ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚର ହିସାବ ଠିକ ନାହିଁ । ଅଧିକ ଅର୍ଥ ବିନିଯୋଗ କରାଯାଉଛି ହେଲେ ଠିକାଦାର ପଇସା ପାଉନଥିବା ଅଭିଯୋଗ କରିଛନ୍ତି ବିଧାୟକ । ।

ସେପଟେ ମନ୍ତ୍ରୀ ଟୁକୁନି ସାହୁ ଆପୋଷ ବୁଝାମଣାରେ କାମ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ତା ଛଡା ଜିଲ୍ଲାପାଳ ବୈଠକରେ ଏଭଳି ହୋ ହାଲ୍ଲା ନୂଆ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ବ୍ଲକଓ୍ୱାରୀ ଅନୁଦାନ ରାଶି ସରକାରଙ୍କ ଦ୍ୱାରା ଅନୁମୋଦିତ ହେଉଛି । ଜିଲ୍ଲାପାଳ କେବଳ ଏହାର ତଦାରଖ ଏବଂ ଯୋଜନାର କାର୍ଯ୍ୟକାରୀତା ଦାୟୀତ୍ୱରେ ଅଛନ୍ତି ବୋଲି ବାବୁଙ୍କ ପାଇଁ ସଫେଇ ଦେଇଛନ୍ତି ମନ୍ତ୍ରୀ।

Leave a Reply

Your email address will not be published.

Back to top button