ପୂର୍ବତନ ଗଁଦିଆ ବିଧାୟକ ପ୍ରଫୁଲ୍ଲ ଭଞ୍ଜଙ୍କ ପରଲୋକ। ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ପରେ ୮୭ବର୍ଷ ବୟସରେ ଢେଙ୍କାନାଳ ସହର ସ୍ଥିତ ବାସଭବନରେ ଘଟିଛି ଦେହାନ୍ତ। କଂଗ୍ରେସର ବିଶିଷ୍ଟ ନେତା ତଥା ୧୯୮୫ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ଗଁଦିଆ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଢେଙ୍କାନାଳ ପୋୖରାଧକ୍ଷ୍ୟ ପଦବୀ ସହ ଓବିସିସିର ଅଧ୍ୟକ୍ଷ ପଦ ହାସଲ କରି ଢେଙ୍କାନାଳ ପୌରପାଳିକା ଓ ଗଁଦିଆ ଅଞ୍ଚଳ ପାଇଁ ବିକାଶ ମୂଳକ କାର୍ଯ୍ୟ ପାଇଁ ନିଜକୁ ସମର୍ପିତ କରିଥିଲେ ପ୍ରଫୁଲ୍ଲ ଭଞ୍ଜ।ପ୍ରଫୁଲ୍ଲଙ୍କ ବିୟୋଗରେ ଢେଙ୍କାନାଳର ଅପୁରଣୀୟ କ୍ଷତି ଘଟିଥିବା ବେଳେ ବିଦାୟ ଯାତ୍ରାରେ ସହରସ୍ଥ କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ସମେତ ପୋୖର କାର୍ଯ୍ୟାଳୟ ପରିସର ଆଦି ଭ୍ରମଣ କରାଯାଇ ଅନ୍ତିମ କାର୍ଯ୍ୟ ସମ୍ପନ୍ନ କରାଯିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now