ବିଜେଡି ସରକାର ସମୟରେ ୨୦୧୭ରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍ଅଭିଯାନ ର ନାଁ ପରିବର୍ତ୍ତନ କରାଯାଇଛି । ଏନେଇ ପରିଚାଳନା ସଙ୍ଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏହାକୁ ‘ପଞ୍ଚସଖା ଶିକ୍ଷାସେତୁ’ନାମରେ ନାମିତ କରାଗଲା । ୨୦୧୭ ମସିହା ନଭେମ୍ବର ୧୪ତାରିଖ ଶିଶୁ ଦିବସରେ ମୋ ଶିକ୍ଷାଅଭିଯାନ ର ଶୁଭାରମ୍ଭ କରିଥିଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଓଡିଶାରେ ଥିବା ସରକାରୀସ୍କୁଲ ଗୁଡିକ ର ବିକାଶ ନିମନ୍ତେ ଲୋକଙ୍କୁ ଏକାଠି କରିବା ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟ ରେ ମଞ୍ଚଟିଏ ଯୋଗାଇବା ଏହାର ଲକ୍ଷ୍ୟ ଥିଲା ାଓଡ଼ିଶା ସ୍କୁଲ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ବ୍ୟକ୍ତିବିଶେଷ, ସଂଘ, ସାମାଜିକ ପ୍ରଭାବ ସଂଗଠନ, ପ୍ରତିଷ୍ଠାନ, ଦାତବ୍ୟ ଅନୁଷ୍ଠାନ, କମ୍ପାନି ଓ ଅନ୍ୟମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ରାଜ୍ୟର ସ୍କୁଲ ବ୍ୟବସ୍ଥାକୁ ଉନ୍ନତ କରିବାକୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଅଭିଜ୍ଞତା, ସଫଳତା, ପ୍ରଭାବ ଓ ବିଶ୍ୱବ୍ୟାପୀ ଯୋଗାଯୋଗର ଉପଯୋଗ କରିବା ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now