ଓଡିଶା ଗସ୍ତରେ ଆସି କଟକ  ପହଂଚିଲେ ସଂଘ ମୁଖ୍ୟ  ମୋହନ ଭାଗବତ

Spread the love

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ  ଆଜି  ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି । ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସଂଘର ପ୍ରାନ୍ତ ସଂଘଚାଳକ ସମୀର ମହାନ୍ତି ଓ ଅନ୍ୟ ମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସେ  କଟକର କେଶବଧାମକୁ ଯାତ୍ରା କରିଛନ୍ତି ।

ଆଜି ଠାରୁ  କେଶବଧାମ, ଗତିରାଉତ ପାଟଣା, କଟକ ଠାରେ ସଂଘର  ସଂଘ ଶିକ୍ଷାବର୍ଗ  ଆରମ୍ଭ  ହେଉଛି । ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଡ. ଭାଗବତ ଏଠାରେ ୪ ଦିନ ପାଇଁ ଅବସ୍ଥାନ କରିବେ । ଏଠାରେ କୌଣସି ସାର୍ବଜନିନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଏହି ପ୍ରବାସ କେବଳ ସାଂଗଠନିକ କାର‌୍ୟ୍ୟପାଇଁ ଉଦ୍ଦିଷ୍ଟ । ଏହାପରେ ଡ.ଭାଗବତ  ଚାରି ଦିନିଆ ଓଡିଶା ପ୍ରବାସ ସାରି  ମେ ୧୫ ତାରିଖ ଦିନ ପ୍ରତ୍ୟାବର୍ତନ କରିବେ   ବୋଲି ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *